ପିଜା ପାଇଁ ଏତେ ପାଲା….. ମାତ୍ର ୨ଟି ପିଜା ଖାଇ କୋଟିପତିରୁ ହେଲେ ଅଲକ୍ଷଣା

ଓଡ଼ିଶା ଭାସ୍କର: ପିଜା ଖାଇବା ପଡ଼ିଲା ମହଙ୍ଗା । ପରିବାର ସହିତ ମାତ୍ର ୨ଟି ପିଜା ଖାଇଲାପରେ ହରେଇବାକୁ ପଡ଼ିଛି କୋଟ କୋଟି ଟଙ୍କା । ଲେଡଜି ହେନିଜ ନାମକ ଜଣେ ବ୍ୟକ୍ତି ତାଙ୍କ ପିଲାଙ୍କ ପାଇଁ ମଗେଇଥିଲେ ଦୁଇଟି ପିଜା । ଯାହାପାଇଁ ତାଙ୍କୁ ଦେବାକୁ ପଡ଼ିଥିଲା ୧୦ ହଜାର ବିଟକଏନ୍ । ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ ଯେ, ହେନିଜ ହେଇଥିବା ହଜାରେ ବିଟ୍ କଏନର ମୂଲ୍ୟ ବର୍ତ୍ତମାନ ସମୟରେ କୋଟି କୋଟି ଟଙ୍କା ହେବ । କାରଣ ଯଦି ଆମେ ହିସାବ କରିବାକୁ ବସିବା ତେବେ ସଂଖ୍ୟା ଲେଖି ଲେଖି ହୁଏତ ଆମେ ଥକିପଡ଼ିବା । ବର୍ତ୍ତମାନ ସମୟରେ ଗୋଟିଏ ବିଟକଏନର ମୂଲ୍ୟ ୧,୦୬,୦୦୦ ଡଲାର । ଭାରତରେ ୧ଲକ୍ଷ ଡଲାରର ମୂଲ୍ୟ ୮୪,୮୮,୦୦୦ ଟଙ୍କା । ଏଥିରୁ ଆପଣ ଅନୁମାନ କରନ୍ତୁ ୧ ହଜାର ବିଟ୍ କଏନ୍ର ମୂଲ୍ୟ କେତେ ଆରବ କୋଟି ହେବ ବୋଲି । ହେନିଲ ୨୦୧୦ରେ ଏ ପିଜା କିଣି ଖାଇଥିଲେ ।

ଯଦି ହେନିଜ ବିଟ୍ କଏନ୍ ଖର୍ଚ୍ଚ ନ କରି ନିଜ ପାଖରେ ରଖିଥାନ୍ତେ ତେବେ ସେ ବର୍ତ୍ତମାନ ବିଶ୍ୱର ଧନୀ ଶ୍ରେଣୀଙ୍କ ମଧ୍ୟରେ ଜଣେ ହୋଇ ଛିଡ଼ା ହୋଇଥାନ୍ତେ । ସେ ହେଉଛନ୍ତି ଦୁନିଆର ପ୍ରଥମ ବ୍ୟକ୍ତି ଯେ, ବିଟ୍ କଏନ୍କୁ କମର୍ସିଆଲ ୟୁଜ୍ କରିଛନ୍ତି । ହେନିଜଙ୍କୁ ସବୁଠୁ ର୍ଦୁଭାଗ୍ୟ ମଣିଷର ଆକ୍ଷା ଦିଆଯାଇଛଇ ଏ କାରଣରୁ । ଭବିଷ୍ୟରେ ବିଟ୍କଏନର ମୂଲ୍ୟ ଅଧିକ ହେବାର ସମ୍ଭାବନା ରହିଛି । ଯାହାର ମୂଲ୍ୟ ୧୧୦୦୦୦ ପର୍ଯ୍ୟନ୍ତ ପହଞ୍ଚିବ । ବିଟ୍ କଏନର ବଢ଼ୁଥିବା ଚାହିଦା ଓ ତାକୁ ମିଳୁଥିବା ସରକାରୀ ପ୍ରୋତ୍ସାହନ ଯୋଗୁ ଆଗାମୀ ଦିନରେ ଏହାର ଚାହିଦା ଅଧିକ ବଢ଼ିବ ।