ସାଂଘାଇ: ଚାଇନାରେ ଜଣେ ବ୍ୟକ୍ତିଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ତାଙ୍କର ଦୋଷ ହେଉଛି,ସେ ତାଙ୍କ ଝିଅକୁ ହତ୍ୟା କରିଛନ୍ତି । ତା’ ପୁଣି ଜାଣିଶୁଣି ନୁହେଁ, ସ୍ତ୍ରୀଙ୍କ ସହ ଝଗଡ଼ା ହେବାବେଳେ ଭୁଲବସତଃ ବ୍ୟକ୍ତିଜଣକ କୁନି ଝିଅକୁ ଝରକା ବାଟେ ଫିଙ୍ଗି ଦେଇଛନ୍ତି । ଯାହାଫଳରେ ତାଙ୍କ କୁନି ଝିଅର ମୃତୁ୍ୟ ଘଟିଯାଇଛି ।
ଜାଓ ବାହାରୁ ମଦ ପିଇ ଆସିଥିବାବେଳେ ତାଙ୍କ ସ୍ତ୍ରୀ ଝିଅକୁ ଧରି ଡିନର କରୁଥିଲେ । ଜାଓ ମଦ ପିଇଥିବା ଜାଣିପାରି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାପରେ କାନ୍ଦୁଥିବା ଝିଅକୁ ଜାଓଙ୍କ ପାଖରେ ଛାଡ଼ି ସ୍ତ୍ରୀ ଘର କାମରେ ଚାଲିଗଲେ । ଠିକ୍ଏତିକିବେଳେ ନିଶାରେ ଥିବା ଜାଓ ଝିଅକୁ ଝରକା ପଟେ ଫିଙ୍ଗିଦେଇଥିବା କୋର୍ଟରେ କହିଛନ୍ତି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବିଚାରପତି ତାଙ୍କୁ ୪ ବର୍ଷର ଜେଲ ଦଣ୍ଡଦେଶ ଶୁଣାଇଛନ୍ତି ।