CHARIDHAM

ଲଘୁଚାପ ପ୍ରଭାବରେ ପୁଣି ବର୍ଷା ସମ୍ଭାବନା : ଏହି ୭ ଜିଲ୍ଲା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବର୍ଷା ରବିବାର ବନ୍ଦ ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ଆଉ ଏକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ତାମିଲନାଡ଼ୁ ଉପକୂଳଠାରୁ ବହୁତ ଦୂରରେ ଅବସ୍ଥିତ ରହିଛି। ଏହା ସକ୍ରିୟ ରହିଥିବାରୁ ୨୪ ଓ ୨୫ ତ‌ାରିଖରେ କେନ୍ଦ୍ରୀୟ ପଶ୍ଚିମ ଉପକୂଳ ଆଡ଼କୁ ବିସ୍ତୃତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆଲର୍ଟ ଜାରି କରିଛି ବିଭାଗ। ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବରଠାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।

ଏଥି ସହ ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ(Puru), ଗଞ୍ଜାମ, ନୟାଗଡ଼, ଗଜପତି(Gajapati) ଜିଲ୍ଲାରେ ମଧ୍ୟମ ବର୍ଷା ଆଶଙ୍କା ଥିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ସେପଟେ ଆଜି ତଥା ସୋମବାର ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡି(Kalahandi)କୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ ।