ଏ କି ଭୟଙ୍କର ସ୍ଥିତି, ଛୁଆଠୁ ବଡ ସମସ୍ତେ ଶୋଉଛନ୍ତି ମହାକାଳଙ୍କ କୋଳରେ
ଯୁଦ୍ଧ ପାଇଁ ବିସ୍ଥାପିତ ୨୦ଲକ୍ଷ ଲୋକ ଥରୁଛନ୍ତି ହାଡଭଙ୍ଗା ଶୀତରେ ; ଏଣେ ପୁଣି ମୁଣ୍ଡ ଉପରେ ମୃତ୍ୟୁର ଭୟ ।
ନୂଆଦିଲ୍ଲୀ- ଦୀର୍ଘ ଦିନ ପରେ ଇଜରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ଭିତରେ ଲକ୍ଷ ଲକ୍ଷ ଲୋକ ହାଡଭଙ୍ଗା ଶୀତରେ ତମ୍ବୁଳରେ ରହିବାକୁ ବାଧ୍ୟ ହେଉଛନ୍ତି । ପ୍ରବଳ ଥଣ୍ଡାରେ ଜଣେ ତିନି ସପ୍ରାହର ପିଲାର ମୃତ୍ୟୁ ହୋଇଯାଇଛି । ଗାଜାର ଚିକିତ୍ସକଙ୍କ କହିବା ମୁତାବକ ଗାଜାରେ ତମ୍ବୁତଳେ ପ୍ରବଳ ଥଣ୍ଡାରେ ମାତ୍ର କିଛି ଦିନରେ ତିନି ଜଣଙ୍କ ମୃତ୍ୟୁ ହେଲାଣି ।
ବିଗତ ୧୪ ମାସ ଧରି ଇଜରାଏଲ ଓ ହମାସ ଭିତରେ ଜାରି ରହିଛି ଯୁଦ୍ଧ ଓ ଏହାର ଶିକାର ହେଉଛନ୍ତି ସାଧାରଣ ଜନତା । ଖାଲି ସେତିକି ନୁହେଁ ଏହି ଯୁଦ୍ଧରେ ଗଲାଣି ବହୁ ଜୀବନ ।
ଗାଜାରେ ୪୫ ହଜାର ଫିଲିସ୍ଥିନୀଙ୍କ ମୃତ୍ୟୁ
ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ଇଜରାଇଲ ଦ୍ୱାରା ଗାଜା ଉପରେ ହୋଇଥିବା ଆକ୍ରମଣରେ ୪୫ ହଜାରରୁ ଅଧିକ ଫିଲିସ୍ତିନୀଙ୍କ ମୃତ୍ୟୁ ହୋଇସାରିଲାଣି । ଯେଉଁଥିରେ ଅଧିକ ରହିଛନ୍ତି ମହିଳା ଓ ଛୋଟ ପିଲା ।
ଏହି ଯୁଦ୍ଧ ପାଇଁ ଗାଜାର ପ୍ରାୟ ୨୩ ଲକ୍ଷ ଜନତାଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତଙ୍କୁ ବହୁ ବାର ବିସ୍ଥାପିତ କରାଗଲାଣି । ତମ୍ବୁତଳେ ବିସ୍ଥାପିତର ଜୀବନ ଜୀଉଁଥିବା ଲୋକେ ଏବେ ହାଡଭଙ୍ଗା ଶୀତରେ ଥରୁଛନ୍ତି ।
ବିସ୍ଥାପିତଙ୍କ ନିକଟକୁ ଅତ୍ୟାବଶକୀୟ ସାମଗ୍ରୀ ଓ ଖାଦ୍ୟ ଯୋଗାଇବାକୁ ସହାୟକ ସମୂଦାୟକୁ ବହୁ ସଂଘର୍ଷ କରିବାକୁ ପଡୁଛି । ସହାୟକଙ୍କ ମୁତାବକ, ଏହି ବିସ୍ଥାପିତଙ୍କ ପାଖରେ କମ୍ବଳ କି ଅନ୍ୟ ଗରମ ବସ୍ତ୍ର ନାହିଁ ଶୀତ ନିବାରଣ ପାଇଁ ।
ପ୍ରବଳ ଥଣ୍ଡା ପାଇଁ ଚାଲିଗଲା ୩ ସପ୍ତାହର ଶିଶୁର ଜୀବନ