ଶଙ୍ଖ ଭବନରେ ହୋଟେଲ ଖୋଲିବାକୁ ନେଇ BJD ଓ BJP ମଧ୍ୟରେ ତୁ ତୁ ମେ ମେ : ପରସ୍ପରଙ୍କୁ ଛାଡିଲେ ପ୍ରଶ୍ନବାଣ

ଶଙ୍ଖ ଭବନରେ ହୋଟେଲ ଖୋଲିବାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ, ସାମ୍ନାକୁ ଆସିଲା ବିଜେଡି ବିଧାୟକ ଅରୁଣ ସାହୁ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବୟାନ

ଭୁବନେଶ୍ୱର: ଶଙ୍ଖ ଭବନରେ ହୋଟେଲ ଖୋଲିବାକୁ ନେଇ ବିଜେଡି ଓ ବିଜେପି ଦଳ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ପରସ୍ପର ଉପରେ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବୟାନ ସାମ୍ନାକୁ ଆସିଛି । ଜଗନ୍ନାଥଙ୍କ କହିବା ମୁତାବକ, ‘ବିଜେଡି କଙ୍ଗାଳ ହୋଇଗଲାଣି । କର୍ପୋରେଟ ଫଣ୍ଡିଂ ବନ୍ଦ ହେବା ଯୋଗୁଁ ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବିଜେଡି ବ୍ୟବସାୟ କରୁଛି ।’

ଏହା ସହ ଜଗନ୍ନାଥ କହିଛନ୍ତି ଯେ, ‘ଭାରତୀୟ ରାଜନୀତି ଇତିହାସରେ ବିରଳ । ବିଜେଡ଼ି 24 ବର୍ଷ ଶାସନ କଲା ପରେ 2021 ମସିହାରେ ଦଳର ନୂଆ କାର୍ଯ୍ୟାଳୟ କରିବା ପାଇଁ ବିଏମସି ଠାରୁ ଅନୁମତି ପାଇଥିଲା । ଜମି ମଧ୍ୟ ବିଜେଡ଼ି କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଅଛି । 24 ନିର୍ବାଚନ ପୂର୍ବରୁ ଉଦ୍ଘାଟନ କରାଯାଇଥିଲା । ସର୍ବସାଧାରଣ ଭାବେ ଦଳୀୟ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିଲା ।

ମିଡ଼ିଆରୁ ସୂଚନା : କିନ୍ତୁ ଗଣମାଧ୍ୟମ ଖବରରୁ ଜଣାପଡ଼ିଲା ଯେ, ବିଜେଡ଼ି କାର୍ଯ୍ୟାଳୟ ହୋଟେଲରେ ପରିଣତ ହୋଇଛି । ତେବେ ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନି । କୌଣସି ସ୍ଥାନରେ କେବେ ରାଜନୈତିକ ଦଳ କାର୍ଯ୍ୟାଳୟକୁ ହୋଟେଲ କରିନଥିଲେ ।’

ସତରେ କଣ ବିଜେଡ଼ି ନିଶ୍ଚିର୍ଣ୍ଣ ହେବାକୁ ଯାଉଛି କି ? ଲୋକା ଆଉ ଆସୁନାହାନ୍ତି କି ? କେବଳ ପୂଜା ପର୍ବ ଭଳି କାର୍ଯ୍ୟକ୍ରମ ପାଇଁ ନିମିତ୍ତ ମାତ୍ର ରହିଛି କି ବିଜେଡ଼ି କାର୍ଯ୍ୟାଳୟ । ସରକାରଙ୍କ ପାଖରୁ ଜାଗା ଆଣି କାର୍ଯ୍ୟାଳୟ ପାଇଁ ଘର ତିଆରି କରିଥିଲା ବିଜେଡ଼ି । କିନ୍ତୁ ହୋଟେଲ କେଉଁ ଉଦ୍ଦେଶ୍ୟ ରେ ଚଳାଉଛି ବୋଲି ପ୍ରଶ୍ନ କରିଛି ବିଜେପି । କର୍ପୋରେଟ ହଉସ ମାନଙ୍କ ଠାରୁ ଚାନ୍ଦା ଆଦାୟ କରି ବିଜେଡ଼ି କାର୍ଯ୍ୟାଳୟ ନିର୍ମାଣ କରିଥିଲା । ଆଉ କର୍ପୋରେଟ ହାଉସ ପାଖରୁ ପଇସା ଆସୁନି ବୋଲି ହୋଟେଲ ଚଳାଉଛି କି ବିଜେଡ଼ି ।

 

ହୋଟେଲ କରିବା ଉଚିତ୍ କି ? ବିଜେଡ଼ି ଜବାବ ଦେଉ ଯେ ହୋଟେଲ କରିବେ ନା କାର୍ଯ୍ୟାଳୟ କରିବେ । ଯଦି ହୋଟେଲ କରିବେ ସେ ଜାଗା ପାଇଁ ଅନୁମତି ବର୍ଯ୍ୟାପ୍ତି କରାଯାଉ ବୋଲି ଦାବି କଲା ବିଜେପି । ସରକାରଙ୍କ ଠାରୁ ଯେଉଁ ଉଦ୍ଦେଶ୍ୟରେ ଜାଗା ନେଇଥିଲା ବିଜେଡ଼ି ଆଉ ପରେ ହୋଟେଲ କରିଦେବା ଉଚିତ୍ କି ? କେବଳ ରାଜ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଜେଡ଼ି ପାଇଥିବା ଅନୁମତିର ଦସ୍ତବିଜ ଦେଖାଇ ଅଭିଯୋଗ କରିଛି ବିଜେପି ।

ଏହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଷ୍ଟାର ହୋଟେଲରେ ପରିଣତ ହୋଇପାରେ ବିଜେଡ଼ି କାର୍ଯ୍ୟାଳୟ । ହୁଏତ କାହା ଘରେ ଚାଲି ପରେ ବିଜେଡ଼ି । ଏହା ଉପରେ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତି ବୋଲି ଦାବି କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।

BJD ବୟାନ:

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । କହିଛନ୍ତି ଯେ, ‘ବିଭାଗ ରେ କ୍ୟାଣ୍ଟିନ ଅଛି,ସଂସଦରେ ବି canteen ଅଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି ତାହା ମିଡିଆ ରେ ଦେଖାଯାଉଛି। ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି ତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ହେଉଛି ସେତେବେଳେ ସେ ଶଙ୍ଖ ଭବନ କ୍ୟାଣ୍ଟିନ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଆନ୍ତୁ। ଏତେ ଶସ୍ତା ରାଜନୀତି। ବିଜେପି ର କିଛି କାମ ନାହିଁ ବୋଲି ଶସ୍ତା ରାଜନୀତି କରୁଛି।’

ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ। ପ୍ରତିଦିନ ବୈଠକ ବସୁଛି। କର୍ମୀ ଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନ ରେ ଖାଇବା କଣ ଖରାପ ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।