NEP 2020: ଏଣିକି 3 ବର୍ଷରୁ ସ୍କୁଲ ଯିବେ ଛାତ୍ରଛାତ୍ରୀ, 5+3+3+4 ଢାଞ୍ଚାରେ ହେବ ପାଠପଢା

ଓଡିଶାରେ ଜାଚୀୟ ଶିକ୍ଷା ନୀତି ଲାଗୁ କରାଯିବ । ବିଦ୍ୟାଳୟ ଶିକ୍ଷାରେ ବର୍ତ୍ତମାନ ଥିବା ଦଶମ ଏବଂ ଯୁକ୍ତ 2 ଢାଞ୍ଚାକୁ ପରିବର୍ତ୍ତକନ କରାଯିବ ।

ଭୁବନେଶ୍ବର: ଓଡ଼ିଶାର ବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷାନୀତି ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ ଜାତୀୟ ଶିକ୍ଷାନୀତି 2020କୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ।

ଜାତୀୟ ଶିକ୍ଷା ନୀତି କଣ- ଏହି ନୀତି ଅନୁସାରେ, ବିଦ୍ୟାଳୟ ଶିକ୍ଷାରେ ବର୍ତ୍ତମାନ ଥିବା ଦଶମ ଏବଂ ଯୁକ୍ତ 2 ଢାଞ୍ଚାକୁ ପରିବର୍ତ୍ତକନ କରାଯିବ । 5+3+3+4 ଢାଞ୍ଚାରେ ସ୍କୁଲରେ ପାଠପଢ଼ା ହେବ ।

3 ବର୍ଷରୁ ସ୍କୁଲରେ ଭର୍ତ୍ତି- ଏଣିକି 3 ବର୍ଷ ବୟସରୁ ପିଲାମାନେ ସ୍କୁଲ ଯିବେ । ପ୍ରଥମ 5 ବର୍ଷରେ ଛାତ୍ରଛାତ୍ରୀ ପ୍ରାରମ୍ଭିର ଶିକ୍ଷା ଗ୍ରହଣ କରିବେ । ଅଙ୍ଗନଓ୍ବାଡି, ପ୍ରଥମ ଦ୍ବିତୀୟ ଶ୍ରେଣୀରେ ଗପ, ସଙ୍ଗୀତ, କାହାଣୀ, ହସ୍ତଶିଳ୍ପ, ପାଠପଢ଼ା ସାମଗ୍ରୀ ଏବଂ ଖେଳନାକୁ ସାମିଲ କରାଯିବ ।

ତୃତୀୟରୁ ପଞ୍ଚମ ଶ୍ରେଣୀରେ ପ୍ରସ୍ତୁତିମୂଳକ ଶିକ୍ଷା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମିଡ଼ିଲ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେକେଣ୍ଡାରୀ ଶ୍ରେଣୀରେ ଶିକ୍ଷା ଗ୍ରହଣ କରାଯିବ ।

18 ବର୍ଷରେ ଦ୍ବାଦଶ ପାସ୍- ଜାତୀୟ ଶିକ୍ଷା ନୀତି ଅନୁସାରେ, 18 ବର୍ଷରେ ଛାତ୍ରଛାତ୍ରୀ ଦ୍ବାଦଶ ପାସ୍ କରିବେ । 3 ବର୍ଷରେ ସ୍କୁଲ ଯିବା ଆରମ୍ଭ କରିବ ଛୁଆ । ଅଙ୍ଗନଓ୍ବାଡି(3ରୁ 6 ବର୍ଷ), 2 ବର୍ଷ ପ୍ରାଥମିକ ବିଦ୍ୟାଳୟ (6-8 ବର୍ଷ) ରଖାଯାଇଛି । ପ୍ରସ୍ତୁତି ପର୍ଯ୍ୟାୟରେ ଛାତ୍ରଛାତ୍ରୀ ତୃତୀୟରୁ ପଞ୍ଚମ ଶ୍ରେଣୀ ଯାଏଁ ପଢିବେ ।

ଏହି ସମୟରେ ବୟସ 8ରୁ 11 ବର୍ଷ ହୋଇଯିବ । 6ରୁ 8 ଶ୍ରେଣୀ ଯାଏଣ ପଢିଲା ବେଳକୁ ବୟସ 11ରୁ 14 ବର୍ଷ ହୋଇଥିବ। ଏହା ପରେ 4 ବର୍ଷ ଯାଏଁ ନବମରୁ ଦ୍ବାଦଶ ଯାଏଁ ପଢିବେ ।