Breaking: ଖୁସି ଖବର: କନିଷ୍ଠ ଶିକ୍ଷକଙ୍କ ଦରମା ୪,୯୦୦ ଟଙ୍କା ବଢ଼ିଲା, ଏଣିକି ପାଇବେ ୧୬ ହଜାର ଟଙ୍କା ମାସକୁ

ଭୁବନେଶ୍ୱର: ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ିଲା । ଦରମା ବଢ଼ିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣିକି ମାସିକ ଦରମା ବାବଦକୁ ମିଳିବ ୧୬,୦୦୦ ଟଙ୍କା ।
ଉପକୃତ ହେବେ ୧୩,୭୪୦ ଶିକ୍ଷକ । ପୂର୍ବରୁ ୧୧ ହଜାର ୧୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା ।

ଉଭୟ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି ।

ଗୋଦାବରିସ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା: ଦରମା ବୃଦ୍ଧି ସାଙ୍ଗକୁ ଏହି ବର୍ଗର ଶିକ୍ଷକମାନଙ୍କ ଇପିଏଫ୍ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାିଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨,୫୪୩ ଟଙ୍କା ପ୍ରଦାନ କରୁଥିବାବେଳେ ଏବେ ସେମାନଙ୍କୁ ୧୭୯୫୦ ଟଙ୍କା ଦିଆଯିବ ।

ଏ ନେଇ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ ।

ରାଜ୍ୟ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିକଟରେ ୧୬,୦୦୦ କନିଷ୍ଠ ଶିକ୍ଷକ ନିଯୁକ୍ତ କରି ଗୋଦାବରିସ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକରାରୀ କରିଛଡ଼୍ତି । ଏହାଦ୍ୱାରା କନିଷ୍ଠ ଶିକ୍ଷକ ଉପକୃତ ହେବା ସହ ଶିକ୍ଷାର ଗୁଣାତ୍ମକ ବିକାଶ ଘଟିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।