ମହାକୁମ୍ଭ ସ୍ନାନ କରିବେ ମୋଦୀ! ନିଜ କ୍ୟାବିନେଟ୍ ସହ ସାମିଲ ହେବେ ଯୋଗୀ
ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଟି କୋଟି ଶ୍ରଦ୍ଧାଳୁଙ୍କ ଗହଣରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ପୁରା କ୍ୟାବିନେଟ ସହ ସଙ୍ଗମରେ ପକାଇବେ ବୁଡ଼ ।
ନୂଆଦିଲ୍ଲୀ: ପ୍ରୟାଗରାଜରେ ବତ୍ତର୍ମାନ ମହାକୁମ୍ଭର ଆଧ୍ୟାତ୍ମିକ ପରିବେଶ । ଦେଶ ତଥା ବିଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ଶ୍ରଦ୍ଧାଳୁ ପବିତ୍ର ସଙ୍ଗମରେ ବୁଡ଼ ପକାଇବା ପାଇଁ ସୁଅ ଛୁଟୁଛି ।
ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ତିଥିରେ ମହାକୁମ୍ଭରେ ବୁଡ଼ ପକାଇବା ନେଇ ଚର୍ଚ୍ଚା ହେଉଛି ।
ଏହା ବ୍ୟତୀତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ପୁରା କ୍ୟାବିନେଟ୍ ସହ ସଙ୍ଗମରେ ବୁଡ଼ ପକାଇବେ । ଏହା ସହ ସେଠାରେ କ୍ୟାବିନେଟ୍ ବୈଠକ ମଧ୍ୟ କରିବେ ।
ଘୁଞ୍ଚିଲା କ୍ୟାବିନେଟ୍ ବୈଠକ: ଜାନୁଆରୀ ୨୧ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକ ମହାକୁମ୍ଭ ପାଇଁ ସ୍ଥଗିତ ରଖାଯାଇପାରେ ।
ମହାକୁମ୍ଭ ସମୟରେ ସଙ୍ଗମନଗରୀରେ କ୍ୟବିନେଟ୍ ବୈଠକ ନିଷ୍ପତ୍ତି ନେଇଛନ୍ତି ଯୋଗୀ । କିନ୍ତୁ ସେହି ସମୟରେ ପ୍ରବଳ ଭିଡ଼ ଯୋଗୁଁ ଫେବୃଆରୀ ପ୍ରଥମ ସପ୍ତାହରେ କ୍ୟାବିନେଟ୍ ବୈଠକ ହୋଇପାରେ ।
କେବେ ଆସିବେ ମୋଦୀ?
ଆସନ୍ତା ୮ କିମ୍ବା ୯ ଫେବୃଆରୀକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜ ଆସିପାରନ୍ତି । ସେଠାରେ ସେ ସଙ୍ଗମ ସ୍ନାନ କରିପାରନ୍ତି ।
କହିରଖୁଛୁ ମହାକୁମ୍ଭ ପ୍ରାରମ୍ଭରୁ ଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରୟାଗରାଜ ମହାକୁମ୍ଭରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ଏହା ପୂର୍ବରୁ ୨୦୧୯ରେ ସଙ୍ଗମ ମୂଳେ ଯୋଗୀ ପ୍ରଥମଥର ପାଇଁ କ୍ୟାବିନେଟ୍ ବୈଠକ କରିଥିଲେ ।