ଦୁର୍ବଳଙ୍କୁ ଲୁଟୁଛନ୍ତି ବହୁରାଷ୍ଟ୍ରୀୟ କମ୍ପାନି: ଇଷ୍ଟଇଣ୍ଡିଆ କମ୍ପାନି ଭଳି ନୀତି ଏବେ ବି ରହିଛି, ଦକ୍ଷ ପ୍ରତିଭାଙ୍କୁ ୯୫% କମ୍ ବେତନରେ ଖଟାଉଛନ୍ତି
୧୭୬୫ ରୁ ୧୯୦୦ ମଧ୍ୟରେ ଉପନିବେଶବାଦର ଏକ ଶତାବ୍ଦୀ ମଧ୍ୟରେ ବ୍ରିଟେନ ଭାରତରୁ ୬୪.୮୨ ଟ୍ରିଲିୟନ ଡଲାର ସମ୍ପତ୍ତି ଲୁଟି ନେଇଥିଲେ
ନୂଆଦିଲ୍ଲୀ: ୧୭୬୫ ରୁ ୧୯୦୦ ମଧ୍ୟରେ ଉପନିବେଶବାଦର ଏକ ଶତାବ୍ଦୀ ମଧ୍ୟରେ ବ୍ରିଟେନ ଭାରତରୁ ୬୪.୮୨ ଟ୍ରିଲିୟନ ଡଲାର ସମ୍ପତ୍ତି ଲୁଟି ନେଇଥିଲେ ଏବଂ ଏଥିରୁ ୩୩.୮ ଟ୍ରିଲିୟନ ଡଲାର ସବୁଠାରୁ ଧନୀ ୧୦ ପ୍ରତିଶତଙ୍କ ପାଖକୁ ଯାଇଥିଲା। ଯାହା ପ୍ରାୟ ଚାରି ଗୁଣ ଅଧିକ ୫୦ ବ୍ରିଟିଶ ପାଉଣ୍ଡ ନୋଟରେ ଲଣ୍ଡନର ପୃଷ୍ଠ ଅଞ୍ଚଳକୁ ବିଛାଇବା ପାଇଁ ଯଥେଷ୍ଟ ଥିଲା।
୨୦୦ ବର୍ଷ ଆମ ଦେଶର ଘରୋଇ ଶିଳ୍ପ ଉପରେ କଟକଣା ଲଗାଇ ସେମାନଙ୍କ ଅଭିବୃଦ୍ଧି ବନ୍ଦ କରିଦେଇଥିଲେ। ଏହି ସମ୍ପତ୍ତି ବ୍ରିଟେନର ଅଭିବୃଦ୍ଧିକୁ ତ୍ବରାନ୍ବିତ କରିଥିବା ବେଳେ ବେଳେ ଭାରତ କାଙ୍ଗାଳ ସ୍ଥିତିକୁ ଚାଲି ଆସିଲା। ଉପନିବେଶବାଦ ରୀତିମତ ଭାବେ ଭାରତର ଶିଳ୍ପ କ୍ଷେତ୍ରକୁ ଦୀର୍ଘ ମିଆଦୀ ଭିଭିରେ ପଙ୍ଗୁ କରିଦେଲା।
ବ୍ରିଟେନ ସାମଗ୍ରୀକୁ ଲଗାତାର ପ୍ରୋତ୍ସାହନ ଭାରତକୁ ଦୁର୍ବଳ କଲା। ସେହି ସ୍ଥିତି ତି ଏବେ ବି ଅନ୍ୟ ଏକ ଢଙ୍ଗରେ ରହିଛି। ଇଷ୍ଟଇଣ୍ଡିଆ କମ୍ପାନି ଭଳି ବହୁଦେଶୀୟ କମ୍ପାନି ଗୁଡିକ ଗୁଡିକ ଏଭଳି ଶୋଷଣ ନୀତି ଜାରି ରଖିଛନ୍ତି। ଏକଚାଟିଆ ନୀତି, ସାମରିକ କ୍ଷମତା ବ୍ୟବହାର ଦୁର୍ବଳ ରାଷ୍ଟ୍ରଗୁଡିକର ଯୋଗ୍ୟ ମାନବ ସମ୍ବଳ କରି ଏବଂ ପ୍ରାକୃତିକ ସମ୍ବଳକୁ ଲୁଟ କରୁଛନ୍ତି ସେମାନେ।
ଏଭଳି ତଥ୍ୟ ଅକ୍ସଫାମ ଇଣ୍ଟରନ୍ୟାସନାଲ ପକ୍ଷରୁ ଜାରି ‘ଟେକର୍ସ ନଟ୍ ମେକର୍ସ ରିପୋର୍ଟରୁ ଜଣାପଡିଛି। ସ୍ଵିଜରଲାଣ୍ଡର ଡାଭୋସରେ ଚାଲିଥିବା ୱାର୍ଲଡ ଇକୋନୋମିକ ଫୋରମ ବାର୍ଷିକ ବୈଠକ ଅବସରରେ ଅକ୍ସଫାମ ଏଭଳି ଏକ ରିପୋର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନର ବହୁଦେଶୀୟ କମ୍ପାନି ଗୁଡିକ ଯୋଗାଣ ଶୃଙ୍ଖଳାକୁ ନିୟନ୍ତ୍ରଣ କରି ସମ୍ବଳ ଲୁଟୁଛନ୍ତି। ଯାହା ‘ଗ୍ଲୋବାଲ ସାଉଥ‘କୁ ଗଭୀର କ୍ଷତି ପହଞ୍ଚାଉଛି।
ଏଭଳି କର୍ପୋରେଟ ଗୁଡିକ ନିଜେ ବେଶ ଭଲ ଫାଇଦା କମାଉଛନ୍ତି। ମାତ୍ର ଏହାର ଲାଭ ଅନ୍ୟ ଦେଶଗୁଡିକୁ ମିଳୁନି। ଇଂରେଜ ଶାସନ ସମୟରେ ବୁଣାଯାଇଥିବା ଅସମାନତାର ମଞ୍ଜି ବର୍ତ୍ତମାନ ରୂପ ବଦଳାଇ କାୟା ବିସ୍ତାର କରିଛି, ତାର ବାସ୍ତବ ଛବି ମଧ୍ଯ ରିପୋର୍ଟରେ ଉଲ୍ଲେଖ କରାଯାଇଛି।