ସାମ୍ବାଦିକଙ୍କ ପାଇଁ ଅଫିସ ମନା, ବିଭିନ୍ନ ବିଭାଗ ଗେଟ୍ ସାମ୍ନାରେ ଲାଗିଲା ପୋଷ୍ଟର
ବିଭିନ୍ନ ଅଫିସରେ ପ୍ରବେଶ କରିପାରିବେ ନାହିଁ ସାମ୍ବାଦିକ। ଏଭଳି କାର୍ଯ୍ୟକୁ ନେଇ ପ୍ରେସ୍ କ୍ଲବର ସଭାପତି ନିନ୍ଦା କରିଛନ୍ତି।
ଦିଗପହଣ୍ଡି: ସାମ୍ବାଦିକଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏବେ ବିଭିନ୍ନ ଅଫିସରେ ପ୍ରବେଶ କରିପାରିବେ ନାହିଁ ସାମ୍ବାଦିକ ।
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପରିସରରେ ବିଭିନ୍ନ ବିଭାଗର ଗେଟ୍ ସାମ୍ନାରେ ଲାଗିଛି ଏଭଳି ପୋଷ୍ଟର ।
ତଦନ୍ତ ଦାବି: ଏଭଳି କାର୍ଯ୍ୟକୁ ନେଇ ସାନଖେମୁଣ୍ଡ ପ୍ରେସ୍ କ୍ଲବ୍ ତଦନ୍ତ ଦାବି କରିଛନ୍ତି ।
ଅପରପକ୍ଷରେ ସାମ୍ବାଦିକଙ୍କ ପ୍ରବେଶ ନିଷେଧକୁ ନେଇ ପ୍ରେସ୍ କ୍ଲବର ସଭାପତି ନିନ୍ଦା କରିଛନ୍ତି ।
ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ: ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସାମ୍ବାଦିକଙ୍କ ପ୍ରବେଶ ନିଷେଧକୁ ନେଇ ସାନଖେମୁଣ୍ଡି ବ୍ଲକ୍ ସାମ୍ନାରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି ।