ବାପାଙ୍କ ନିଧନରେ ଭାଙ୍ଗିପଡ଼ିଲେ ରାଜପାଳ ଯାଦବ, ଏଠାରେ ହେବ ଅନ୍ତିମ ସଂସ୍କାର

ଦୁନିଆକୁ ଅଲବିଦା କହିଲେ କମେଡିଆନ୍ ରାଜପାଳ ଯାଦବଙ୍କ ପିତା ନୌରଙ୍ଗ୍ ଯାଦବା ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚାଲିଥିଲା ଚିକିତ୍ସ।।

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ ଅଭିନେତା ରାଜପାଳ ଯାଦବଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଖସି ପଡ଼ିଛିା ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛିା
ବୟସାଧିକ ସମସ୍ୟା ଯୋଗୁଁ ରାଜପାଳଙ୍କ ପିତା ନୌରଙ୍ଗ୍ ଯାଦବ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଜାନୁଆରୀ ୨୧ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛିା

କାମ ଛାଡ଼ି ଦିଲ୍ଲୀ ପହଞ୍ଚିଲେ: କହିରଖୁଛୁ ରାଜପାଳ ଯାଦବ କୌଣସି କାମ ପାଇଁ ୨୩ ଜାନୁଆରୀରେ ଥାଇଲ୍ୟାଣ୍ଡ ଯାଇଥିଲେ । କିନ୍ତୁ ବାପାଙ୍କ ଖବର ଶୁଣିବା ପରେ ସେ ୨୪ ଜାନୁଆରୀ ସକାଳେ ଦିଲ୍ଲୀ ପହଞ୍ଚିଥିଲୋ

କେଉଁଠି ହେବ ଅନ୍ତିମ ସଂସ୍କାର: ସୂତ୍ରରୁ ପ୍ରକାଶ ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲାରେ ରାଜପାଳ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରିବୋ
ରାଜପାଳଙ୍କ ପୁରା ପରିବାରଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛିା