ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବ କଳା ଲୁଣ ଓ ହେଙ୍ଗୁ, ଏପରି କରନ୍ତୁ ସେବନ

କଳା ଲୁଣ ଓ ହେଙ୍ଗୁ । ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ...

ଆମ ରୋଷେଇ ଘରର ସାମଗ୍ରୀରୁ ଆମେ ଅନେକ ରୋଗରୁ ନିସ୍ତାର ପାଇ ପାରିବା । ଯେମିତି କଳା ଲୁଣ ଓ ହେଙ୍ଗୁ । ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । ସକାଳେ ଖାଲି ପେଟରେ କଳା ଲୁଣ ଏବଂ ହେଙ୍ଗୁ ପାଣି ପିଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ ।

-କଳା ଲୁଣ ଏବଂ ହେଙ୍ଗୁକୁ ଉଷୁମ ପାଣିରେ ଗୋଟିଏ ଚାମଚ ଲୋଖାଏଁ ପକାଇ ପିଇବା ଦ୍ୱାରା ଶରୀର ଡିଟକ୍ସାଇଫ ହୋଇଥାଏ ।

-ଉଭୟ କଳା ଲୁଣ ଏବଂ ହେଙ୍ଗୁ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଯେପରିକି ଏକାଠି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୁଏ ।

-କଳା ଲୁଣ ଏବଂ ହେଙ୍ଗୁକୁ ଉଷୁମପାଣିରେ ପକାଇ ପିଇଲେ ସଙ୍ଗେସଙ୍ଗେ ବାନ୍ତି ବନ୍ଦ ହୋଇଯାଇଥାଏ ।

-ଏହି କଳା ଲୁଣ ଓ ହେଙ୍ଗୁ ମେଟୋବୋଲିଜିମ୍ ବୃଦ୍ଧି କରି ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ । ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ କଳା ଲୁଣ ଏବଂ ହେଙ୍ଗୁର ପାଣି ପିଇବା ଅଭ୍ୟାସ କରନ୍ତୁ ।

-ସେହିପରି ଏହି ଉଭୟ ସାମଗ୍ରୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଭରପୂର ଅଟେ । ଏହା ଏସିଡିଟି ସମସ୍ୟା ଦୂର କରିଥାଏ ।