ବିଦେଶୀ ଗାଇଲେ ବଲିଉଡ ଗୀତ, ଝୁମିଲା ରାଷ୍ଟ୍ରପତି ଭବନ

ଭାରତ ଏହାର ୭୬ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କୁ ବିଶେଷ ନିମନ୍ତ୍ରଣ କରାଯାଇଥିଲ। ଏହି ଅବସରରେ ଇଣ୍ଡୋନେସିଆରୁ ଆସିଥିବା ପ୍ରତିନିଧିମଣ୍ଡଳ ବଲିଉଡର ଏକ ଲୋକପ୍ରିୟ ଗୀତ 'କୁଛ୍ କୁଛ୍ ହୋତା ହୈ' ଗାଇଥିଲୋ

ନୂଆଦିଲ୍ଲୀ: ଶନିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ(Prabowo Subianto) ଏକ ଭୋଜିର ଅୟୋଜନ କରିଥିଲୋ

ଏହି ଅବସରରେ ଇଣ୍ଡୋନେସିଆରୁ ଆସିଥିବା ପ୍ରତିନିଧିମଣ୍ଡଳ ବଲିଉଡର ଏକ ଲୋକପ୍ରିୟ ଗୀତ ଗାଇଥିଲୋ ସେଠାରେ ଉପସ୍ଥିତ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲା ଏହି ଗୀତା

ଏହି ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିା

ବିଶେଷ ନିମନ୍ତ୍ରଣ: ଭାରତ ଏହାର ୭୬ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କୁ ବିଶେଷ ନିମନ୍ତ୍ରଣ କରାଯାଇଥିଲ।।

ଗୁରୁବାର ରାତିରେ ଦିଲ୍ଲୀ ବିମାନବନ୍ଦରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ତାଙ୍କୁ ସ୍ୱାଗତ କରିଥିଲୋ

ତାଙ୍କ ସହ ଇଣ୍ଡୋନେସିଆର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଭାରତ ଆସିଥିଲୋ

ଗାଇଲେ ବଲିଉଡ୍ ଗୀତ: ଶନିବାର ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଏକ ଭୋଜି ଆୟୋଜନ କରାଯାଇଥିଲ।।

ଏହି ସମାରୋହରେ ଇଣ୍ଡୋନେସିଆର ପ୍ରତିନିଧି ମଣ୍ଡଳ ବଲିଉଡର ଲୋକପ୍ରିୟ ଗୀତ ‘କୁଛ୍ କୁଛ୍ ହୋତା ହୈ’ ପରିବେଶଣ କରିଥିଲୋ

ବିଦେଶୀ ହୋଇ ମଧ୍ୟ ବଲିଉଡ୍ ଗୀତକୁ ଏତେ ସୁନ୍ଦର ଭାବରେ ପରିବେଶଣ କରିବାରୁ ସେଠାରେ ଉପସ୍ଥିତ ସମସ୍ତଙ୍କ ହୃଦୟ ଜିତିଥିଲୋ