Daddy I AM SORRY… ମୋ ସ୍ତ୍ରୀ ପିଙ୍କି ମୋତେ ମାରିଛି, ସେ ଚାହୁଁଥିଲା ମୁଁ…

ଭାରି ପଡ଼ିଲାଣି ସ୍ୱାମୀ ଉପରେ ସ୍ତ୍ରୀ ନିର୍ଯାତନା । ସ୍ତ୍ରୀ ନିର୍ଯାତନା ସହିପାରିଲାନି ସ୍ୱାମୀ । ଘରେ କେହି ନ ଥିବାବେଳେ ପଙ୍ଖାରେ ଝୁଲିପଡ଼ିଲେ ।

ବେଙ୍ଗାଲୁରୁ: ବଦଳିଯାଇଛି ସମୟ । ଯେତେବେଳେ ଆତ୍ମହତ୍ୟାକୁ ଘୃଣ୍ୟ ଚକ୍ଷ୍ୟୁରେ ଦେଖାଯାଉଥିଲା ଆଜି କିନ୍ତୁ ଏହାର ମାତ୍ରା ବଢ଼ିବାରେ ଲାଗିଛି । ପ୍ରତି ବୟସ ବର୍ଗର ଲୋକ ଆତ୍ମହତ୍ୟାକୁ ସରଳ ମଧ୍ୟମ ବନେଇଛନ୍ତି ।

ଅତ୍ୟାଚାର : ଜୀବନ ସଂଘର୍ଷରେ ହାର୍ ମାନି ଅନେକ ପ୍ରାଣ ହାରିବା ପାଇଁ ମନବଳାଉଛନ୍ତି । କର୍ଣ୍ଣାଟକ ହୁବଲିର ୪୦ ବର୍ଷୀୟ ପିଟାରୁ ଗୋଲାପାଲି ସ୍ତ୍ରୀ ନିର୍ଯାତନା ସହି ନ ପାରି ପ୍ରାଣ ହାରିଛନ୍ତି । ସେ ତାଙ୍କ ସୁଇସାଇଡ୍ ନୋଟରେ ଲେଖିଛନ୍ତି, ଡାଡି ଆଇ ଆମ୍ ସରି । ମୋ ସ୍ତ୍ରୀ ପିଙ୍କି ମୋତେ ମାରିଛି । ସେ ଚାହୁଁଛି ମୁଁ ମରିଯାଏ ବୋଲି ।

୨୦ ଲକ୍ଷ: ଘର ଲୋକ ଚର୍ଚ୍ଚ ଯାଇଥିବାବେଳେ ପିଟାରୁ ପଙ୍ଖାରେ ଦୌଡ଼ି ଲଗେଇ ଆତ୍ମହତ୍ୟା କରିଥିଲେ । ଦୁଇବର୍ଷ ପୂର୍ବେ ସେ ବାହା ହୋଇଥିବାବେଳେ ୩ ମାସ ହେବ ପିଟାରୁ ଓ ପିଙ୍କି ଅଲଗା ରହୁଥିଲେ ।
କୋର୍ଟରେ ସେମାନଙ୍କ ଡିଭୋର୍ସ କେସ୍ ଚାଲିଥିବାବେଳେ ପିଙ୍କି ରଭଣପୋଷଣ ବାବଦକୁ ୨୦ ଲକ୍ଷ ଟଙ୍କା ବାଦି କରୁଥିଲେ । ଅଳ୍ପଦିନ ପୂର୍ବରୁ ପିଟାରୁଙ୍କ ଚାକିରି ଚାଲିଯିବା କାରଣରୁ ସେ ସବୁବେଳେ ଚିନ୍ତାରେ ରହୁଥିବା ମୃତକଙ୍କ ଭାଇ କହିଛନ୍ତି ।

ପରିବାର ଲୋକଙ୍କ ବୟାନ ଆଧାରରେ ସ୍ଥାନୀୟ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳିସାରିଛି।

ଗତ ଡିସେମ୍ବରରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାସ ସ୍ତ୍ରୀ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ । ୪୦ ପୃଷ୍ଠ।ର ଏକ ଚିଠିରେ ଅତୁଲ ନିଜ ଦୁଃଖ କାହାଣୀ ଲେଖି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ଅତୁଲଙ୍କ ସ୍ତ୍ରୀ ନିକିତାକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।