ମତ୍ସ୍ୟଜୀବୀଙ୍କ ଉପରେ ଗୁଳିମାଡ଼ ଘଟଣା: ବୈଦେଶିକ ମନ୍ତ୍ରଣାଳୟର ବିରୋଧ, ଶ୍ରୀଲଙ୍କା ହାଇ କମିଶନରଙ୍କୁ ଡକାଇଲା ଭାରତ

ନୂଆଦିଲ୍ଲୀ: ମଙ୍ଗଳବାର ଶ୍ରୀଲଙ୍କାର ଡେଲ୍ଫଟ୍ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳିଚାଳନା ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ ବିରୋଧ କରିଛିା

ଏନେଇ ନୂଆଦିଲ୍ଲୀରେ MEA ଶ୍ରୀଲଙ୍କାର ହାଇ କମିଶନରଙ୍କୁ ଡକାଇଛିା

ମତ୍ସ୍ୟଜୀବୀ ଆହତ: ମଝି ସମୁଦ୍ରରେ ମାଛ ଧରିବାକୁ ଯାଇଥିବାବେଳେ ତାମିଲନାଡୁର ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନା ତାଙ୍କ ଉପରେ ଗୁଳିମାଡ଼ କରିଥିଲୋ

ବର୍ତ୍ତମାନ ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତିା

ଏହି ଗୁଳିମାଡ଼ରେ ୫ ମତ୍ସ୍ୟଜୀବୀ ଆହତ ହୋଇଥିବା ବେଳେ ୧୩ ଜଣଙ୍କୁ ଶ୍ରୀଲଙ୍କା ନୌସେନା ଅନ୍ତର୍ଜାତୀୟ ସମୁଦ୍ର ସୀମାରେଖା ପାରି କରି ତାଙ୍କ ଅଞ୍ଚଳରେ ମାଛଧରିବା ଅଭିଯୋଗରେ ଗିରଫ କରିଥିଲ।।

ମାମଲା କ’ଣ?
ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ମଙ୍ଗଳବାର ସକାଳେ ଡେଲଫ୍ଟ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନା ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ନେଇ ଯାଉଥିବା ଏକ ମାଛ ଧରିବା ଡଙ୍ଗା ଉପରେ ଗୁଳି ଚଳାଇଥିଲା।

ଗୁଳିମାଡ଼ରେ ଦୁଇଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିବାବେଳେ ତିନି ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ବର୍ତ୍ତମାନ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଶ୍ରୀଲଙ୍କା ଜାଫନାରେ ଥିବା ଭାରତୀୟ କନସୁଲେଟର ଅଧିକାରୀମାନେ ହସ୍ପିଟାଲରେ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସେମାନେ ଆହତ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାପଡିଛି।

MEA କ’ଣ କହିଛି?

MEA ବିବୃତ୍ତି ଅନୁଯାୟୀ, ଭାରତ ସରକାର ସର୍ବଦା ଜୀବିକା ନିର୍ବାହର ଚିନ୍ତାକୁ ଧ୍ୟାନରେ ରଖି ମତ୍ସ୍ୟଜୀବୀମାନଙ୍କ ସହ ଜଡ଼ିତ ସମସ୍ୟାଗୁଡ଼ିକୁ ମାନବିକ ଭାବରେ ସମାଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଆସିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ କୌଣସି ପରିସ୍ଥିତିରେ ବଳପ୍ରୟୋଗ ଗ୍ରହଣୀୟ ନୁହେଁ।