ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୬୯୯ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇସାରିଛି । ଏହି ନିର୍ବାଚନରେ ୧.୫୬ କୋଟିରୁ ଅଧିକ ମତଦାତା ନିଜର ମତଦାନ ସାବ୍ୟସ୍ଥ କରିବେ ।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ଏଥିପାଇଁ ପ୍ରତ୍ୟେକ ଭୋଟିଂ କେନ୍ଦ୍ରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ୧.୫୬ କୋଟିରୁ ଅଧିକ ମତଦାତା ନିଜ ମତଦାନର ଅଧିକାରକୁ ସାବ୍ୟସ୍ତ କରିବେ ।

ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ଭୋଟିଂ ହେବ । ଏଥିରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଭୋଟିଂ ସକାଳ ସାତଟାରେ ଆରମ୍ଭ ହୋଇ ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଚାଲିବ ।

ନିର୍ବାଚନ ଆୟୋଗ ଶନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇବା ଲାଗି ପୋଲିସ ଫୋର୍ସ ସମସ୍ତ ମତଦାନ କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରିଛି । ତେବେ ଆମ ଆଦମୀ ପାର୍ଟୀର ତୃତୀୟ କାର୍ଯ୍ୟକାଳ ଉପରେ ନଜର ଥିବା ବେଳେ, ଭାରତୀୟ ଜନତା ପାର୍ଟୀ ଏବଂ କଂଗ୍ରେସ ଦିଲ୍ଲୀରେ ପୁଣିଥରେ ସରକାର ଗଢିବାର ଆଶା ରଖିଛନ୍ତି ।