ଦେଖନ୍ତୁ Video… ଏମିତି କ’ଣ ହେଲା ଯେ, ରାସ୍ତାରେ ପାଟିକଲେ ରାହୁଲ ଦ୍ରାବିଡ
ହଠାତ୍ ରାଗିଗଲେ ରାହୁଲ ଦ୍ରାବିଡ୍ । ରାସ୍ତାରେ ଓହ୍ଲେଇ କାରକୁ ଆଉଁସିଲେ ।
ବେଙ୍ଗାଲୁରୁ: ପୂର୍ବତନ ଭାରତୀୟ କ୍ରିକେଟ୍ ଦଳ କ୍ୟାପ୍ଟେନ ତଥା କ୍ରିକେଟ୍ ଟିମର ହେଡ୍ କୋଚ୍ ରହିସାରିଥିବା ରାହୁଲ ଦ୍ରାବିଡଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓରେ ଦ୍ରାବିଡ ରାସ୍ତାରେ କାର୍ ରଖି ପାଟି କରୁଥିବାର ଦେଖିବାକୁ ମିଳିଛି । ଖବର ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ କାର ସହ ଏକ ଲୋଡିଂ ଅଟୋ ମାଡ଼ ହୋଇଗଲା । ଆକ୍ସିଡେଣ୍ଟ ପରେ ଦ୍ରାବିଡ କାରକୁ ଅଟକେଇ ଅଟୋ ଚାଳକଙ୍କ ସହ ଝଗଡ଼ା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଅଟୋ ପିଟିହେବା କାରଣରୁ କାରରେ ଦାଗ ଲାଗିଯାଇଥିଲା । ଯେଉଁ କାରଣରୁ ରାହୁଲ ଦ୍ରାବିଡ୍ ରାଗିଯାଇଥିବା କୁହାଯାଉଛି । ଭାଇରାଲ ଭିଡିଓରେ ଦ୍ରାବିଡ ନିଜ କାରକୁ ହାତ ମାରି ଚେକ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅଳ୍ପ କିଛି ସମୟର ବଚସା ପରେ ଉଭୟେ ସେଠାରୁ ଚାଲିଯାଇଥିଲେ । ବେଙ୍ଗାଲୁରୁର କନିଂଘମ ରୋଡରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।
Rahul Dravid’s Car touches a goods auto on Cunningham Road Bengaluru #RahulDravid #Bangalore pic.twitter.com/AH7eA1nc4g
— Spandan Kaniyar ಸ್ಪಂದನ್ ಕಣಿಯಾರ್ (@kaniyar_spandan) February 4, 2025