(Video) ‘ଦିଲ୍ଲୀକୁ ସୁନ୍ଦର କରିବା ଲାଗି କାମ କରିବୁ..’, ଭୋଟ ଦେବା ପୂର୍ବରୁ ପୂଜା କଲେ ମନୀଷ ସିସୋଦିଆ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇ ମତଦାନ ଆରମ୍ଭ ହୋଇସାରିଛି । ଏଥିରେ ଅନେକ ବିଶିଷ୍ଟ ନେତା ଭୋଟ ଦେଇସାରିଛନ୍ତି ।
ନୂଆଦିଲ୍ଲୀ: ଆଜି ସକାଳ ୭ଟାରୁ ଆରମ୍ଭ ହୋଇସାରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥିପାଇଁ ରାହୁଲ ଗାନ୍ଧୀଙ୍କ ଠାରୁ ବୈଦେଶିକ ମନ୍ତ୍ରୀ, ରାଷ୍ଟ୍ରପତି, ମନୀଷ ସିସୋଦିଆ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ।
ତେବେ ଏହାରି ମଧ୍ୟରେ ଆମ ଆଦମୀ ପାର୍ଟୀର ବରିଷ୍ଠ ନେତା ମନୀଷ ସିସୋଦିଆ ଭୋଟ ଦେବା ପୂର୍ବରୁ କାଲକାଜୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି ।
ପୂଜା କରିସାରିବା ପରେ ସେ କହିଛନ୍ତି ଯେ, ଆଶୀର୍ବାଦ ଅଛି ଏବଂ ଆମେ ନିର୍ବାଚନ ଜିତିବୁ । ସେ ବିଜେପି ଉପରେ ଧନ ବଳର ଦୂରୁପଯୋଗର ଅଭିଯୋଗ ଲଗାଇଛନ୍ତି ।
#WATCH दिल्ली: AAP नेता और जंगपुरा विधानसभा क्षेत्र से उम्मीदवार मनीष सिसोदिया ने दिल्ली विधानसभा चुनाव 2025 के लिए अपना वोट डालने से पहले कालकाजी मंदिर में पूजा-अर्चना की। pic.twitter.com/cR5zTuxbvb
— ANI_HindiNews (@AHindinews) February 5, 2025
ଆପ ନେତା ଏବଂ ଜଙ୍ଗପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମନୀଷ ସିସୋଦିଆ କହିଛନ୍ତି, “ଦିଲ୍ଲୀର ଲକ୍ଷ ଲକ୍ଷ ଲୋକେ ଆଜି ନିଜ କଲ୍ୟାଣ, ନିଜ ବିକାଶ ଏବଂ ଦିଲ୍ଲୀର ମଙ୍ଗଳ ପାଇଁ ଭୋଟ ଦେବେ ।
ମୁଁ ପ୍ରାର୍ଥନା କରୁଛି ଯେ, ଆମ୍ ଆଦମୀ ପାର୍ଟୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ କରିବେ ଏବଂ ଆମେ ଦିଲ୍ଲୀକୁ ସୁନ୍ଦର କରିବା ଲାଗି କାମ କରିବୁ ।”
#WATCH दिल्ली: AAP नेता और जंगपुरा विधानसभा क्षेत्र से उम्मीदवार मनीष सिसोदिया ने कहा, “दिल्ली के लाखों लोग आज अपने कल्याण, अपने विकास और दिल्ली के भले के लिए वोट करेंगे। मैंने प्रार्थना की है कि आम आदमी पार्टी अरविंद केजरीवाल के नेतृत्व में फिर से सरकार बनाए और हम हर तरह से… https://t.co/TapemtaAYG pic.twitter.com/iZcGehU0Tw
— ANI_HindiNews (@AHindinews) February 5, 2025