Breaking: ନିର୍ବାଚନ ଆସିଲେ ଯୁବରାଜଙ୍କ ଦର୍ଶନ ମିଳେ, ଯାହାକୁ କେହି ପଚାରନ୍ତିନି ତାକୁ ମୋଦି ଗୁରୁତ୍ୱ ଦେଇଛି

ନୂଆଦିଲ୍ଲୀ: ଗରିବ ଓ ବଞ୍ଚିତ ସମୁଦାୟ ଲୋକଙ୍କ ପାଇଁ କାମ କରୁଛୁ । ଆଗରୁ ଖେଳନା ଅନ୍ୟ ଦେଶରୁ ଆମଦାନୀ କରୁଥିଲୁ, ଏବେ କିନ୍ତୁ ୩ ଗୁଣା ରପ୍ତାନୀ କରୁଛୁ ।

ମତ୍ସଜୀବୀଙ୍କ ବିକାଶ ପାଇଁ ୪୦ ହଜାର କୋଟି ଖର୍ଚ୍ଚ କରିଛୁ । ଆଦିବାସୀ ସମାଜ ପାଇଁ ପିଏମ୍ ଜନମନ ଯୋଜନା କରିଛୁ । ଆଦିବାସୀଙ୍କ କଲ୍ୟାଣ ପାଇଁ ୨୪ ହଜାର କୋଟି ବ୍ୟୟ କରାଯାଇଥିବା ରାଜ୍ୟ ସଭାରେ ସମ୍ବୋଧନ ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୀମାନ୍ତର ଶେଷ ଗାଁକୁ ବିକାଶ ଯୋଡ଼ିବାରେ ସଫଳ ହୋଇଛୁ ।

କଂଗ୍ରେସ କେବଳ ପରିବାରବାଦ୍ ରାଜନୀତି କରୁଛି । ମିଥ୍ୟା, ଭ୍ରଷ୍ଟାଚାର, ତୁଷ୍ଟୀକରଣକୁ ନେଇ ଚାଲିଛି ଏହି ଦଳ । କିନ୍ତୁ ଆମେ ସନ୍ତୁଷ୍ଟିକରଣକୁ ନେଇ ଚାଲିଛୁ । ଆମର ଲକ୍ଷ୍ୟ ସବକା ସାଥ୍ ସବକା ବିକାଶ । ନିର୍ବାଚନ ଆସିଲେ ଯୁବରାଜଙ୍କ ଦେଖା ମିଳେ, ବୋଲି ରାହୁଲଙ୍କୁ ଇଙ୍ଗିତ କରି କହିଛନ୍ତି ମୋଦି ।