ବୁଧବାର ମହାପ୍ରଭୁଙ୍କର ବନକ ଲାଗି ନୀତି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ

ବୁଧବାର ସନ୍ଧ୍ୟା 5 ଟାରୁ ରାତି 10ଟା ଯାଏ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ଭୁବନେଶ୍ବର: ରାତି ପାହିଲେ ଫାଲଗୁନ ଷଷ୍ଠୀ । ଏହି ତିଥିରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।

ଏହି ସମୟରେ ଦର୍ଶନ ବନ୍ଦ-  ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ମହାପ୍ରଭୁଙ୍କର ବନକ ଲାଗି ଅନୁଷ୍ଠିତ ହେବ । ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ରାତି 10ଟା ପରେ ଖୋଲିବ ମନ୍ଦିର- ଏହା ଶ୍ରୀଜୀଉଙ୍କ ଗୁପ୍ତ ନୀତି । ତେଣୁ ବନକ ଲାଗି ନୀତି ସମୟରେ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବନକ ଲାଗି ନୀତି କଣ- ଏହି ବନକଲାଗି ନୀତି ଦିନ ଦତ୍ତ ମହାପାତ୍ର ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇଥାନ୍ତି । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ। । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶାଯାଇଥାଏ । ଏହି ନୀତି ପାଇଁ ଅଧିକ ସମୟ ମଧ୍ୟ ଲାଗିଥାଏ ।