ଜାଗର ଯାତ୍ରା ଦେଖି ବାଇକ୍‌ରେ ଫେରୁଥିଲେ, ବ୍ରିଜରୁ ଖସି ୨ ଜଣଙ୍କ ମୃତ୍ୟୁ

ବ୍ରିଜ ତଳକୁ ଖସିଲା ବାଇକ୍‌, ୨ ମୃତ

ଭୁବନେଶ୍ୱର: ବ୍ରିଜ ତଳକୁ ଖସି ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତରଙ୍କୁ ପାଡୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଜାଗର ଯାତ୍ରା ଦେଖି ଫେରିବା ବେଳେ ଏହି ଅଘଟଣ ଘଟିଛି।

ସୂଚନାନୁଯାୟୀ, ଭାରସାମ୍ୟ ହରାଇ ୨୦ ଫୁଟ୍ ବ୍ରିଜ୍ ତଳକୁ ଖସିପଡ଼ିଲା ବାଇକ୍‌। କୋରାପୁଟ ଚାଟୁଆ ନିକଟରେ ଥିବା ଅନ୍ଧରିଘାଟ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ଘର ପଟାଙ୍ଗୀ ଅଞ୍ଚଳ ବୋଲି ସୂଚନା ମିଳିଛି।