ବେଙ୍ଗାଲୁରୁ,୨ା୩: ଆଜି ନୀରବତା ଭାଙ୍ଗିଛନ୍ତି ଶିବକୁମାର । ସେ କହିଛନ୍ତି, କଂଗ୍ରେସ ୨୦୨୮ରେ କ୍ଷମତାକୁ ଫେରିବ । ଯେଉଁମାନେ ଗାନ୍ଧୀ ପରିବାର ପ୍ରତି ତାଙ୍କର ଆନୁଗତ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ସେମାନେ ଭୁଲ୍ କରୁଛନ୍ତି ।
‘ବ୍ଲାକମେଲିଂ ମୋ ରକ୍ତରେ ନାହିଁ’
ସେ କୌଣସି ସର୍ତ୍ତରେ ରାଜି ନୁହନ୍ତି କି କୌଣସି ବ୍ଲାକମେଲିଂ ନୀତି ଆପଣେଇ ନାହାନ୍ତି। ସେ କହିଛନ୍ତି, “ମୁଁ ଜଣେ କର୍ମୀ, ପାର୍ଟି ଯାହା ମାଗେ ମୁଁ ତାହା କରେ। ସର୍ତ୍ତ ରଖିବା କିମ୍ବା ବ୍ଲାକମେଲ କରିବା ମୋର ସ୍ୱଭାବ ନୁହେଁ।”
ଯେତେବେଳେ ତାଙ୍କୁ ପଚରାଗଲା ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବେ କି? କ୍ଷମତାର ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ସତ କି, ସେ ସିଧାସଳଖ ଉତ୍ତରରୁ ଦୂରେଇ ରହି କହିଛନ୍ତି ଯେ, ମୁଁ ପ୍ରାୟ କହିପାରେ ୨୦୨୮ରେ କଂଗ୍ରେସ କ୍ଷମତାକୁ ଆସିବ।
ଶିବକୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମେ ୨୦୨୩ର ବିଧାନସଭା ନିର୍ବାଚନ ପରେ ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ କଡ଼ା ପ୍ରତିଯୋଗିତା ହୋଇଥିଲା। ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରି କଂଗ୍ରେସ ଦଳକୁ ବାଲାନ୍ସ କରିଥିଲା । ସେତେବେଳେ ରୋଟେସନ୍ ଫର୍ମୂଲା ବିଷୟରେ ଚର୍ଚ୍ଚା ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଶିବକୁମାର ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ହେବେ। ଏହା ପରେ ସେ କହିଛନ୍ତି, କଂଗ୍ରେସ ଦଳ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରି ନାହିଁ।