ଖଣି ଲିଙ୍କ: ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଇଓଡବ୍ଲୁ-ଏସଟିଏଫର ରେଡ୍

ଭୁୁବନେଶ୍ୱର: ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଏକାକାଳୀନ ଚଢ଼ାଉ ଚାଲିଛି । ଇଓଡବ୍ଲୁ-ଏସଟିଏଫର ପକ୍ଷରୁ ମିଳିତ ଭାବରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ସୋସାଇଟିରେ ରେଡ୍ ହୋଇଛି । ଏହା ସହ ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଗୋପାଳପୁରରେ ରେଡ୍ ହୋଇଛି । ସେହିପରି ଶିଳ୍ପାଞ୍ଜଳ କରିଡର ଚେକ୍ ପଏଣ୍ଟଗୁଡ଼ିକରେ ଚେକିଂ ଜୋରଦାର ହୋଇଛି ।

ତେବେ ଗନ୍ଧମାର୍ଦନ ଲୋଡିଂ ଆଣ୍ଡ କୋ- ଅପରେଟିଭ୍‌ ସୋସାଇଟିରେ କୋଟି କୋଟି ଟଙ୍କାର ଘୋଟାଲା ହୋଇଥିବାର ଅଭିଯୋଗ ଆସିଥିଲା। ଯାହାପରେ ସୋସାଇଟି ସଂପାଦକ ଉତ୍କଳ ଦାସ ଏବଂ ପୂର୍ବତନ ସଭାପତି ମାନସ ବାରିକଙ୍କୁ ଗିରଫ କରାଥିଲା ଅର୍ଥନୈତିକ ଅବରୋଧ ଶାଖା ।

ଏବେ ଏହି ଘୋଟାଲାରେ ସଂପୃକ୍ତି ଥିବା ଅଭିଯୋଗରେ ସୌମ୍ୟ ଶଙ୍କର ଚକ୍ରଙ୍କ ସମେତ ୬ ଜଣଙ୍କୁ ଇଓଡବ୍ଲୁ ପକ୍ଷରୁ ହାଜର ହେବା ପାଇଁ ନୋଟିସ ହୋଇଥିଲା । କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ସୌମ୍ୟଙ୍କୁ ନୋଟିସ୍‌ ହୋଇଥିଲା । ଶେଷରେ ସୋମବାର ଦିନ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ବା ରାଜା ଇଓଡବ୍ଲୁ ନିକଟରେ ହାଜର ହୋଇଥିଲା । ଆଉ ସୋମବାର ପୂର୍ବାହ୍ନରୁ ରାଜାଙ୍କୁ ଜେରା କରୁଛି ଇଓଡବ୍ଲୁ ।