(Video) ଲଣ୍ଡନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଆକ୍ରମଣର ପ୍ରୟାସ, ପୋଲିସ ଆଗରେ ତ୍ରିରଙ୍ଗା ଚିରିଲେ ଖାଲିସ୍ତାନ ସମର୍ଥକ

ବୈଦେଶିକ ମନ୍ତ୍ରୀଙ୍କ କାର୍ ସମ୍ମୁଖରେ ଖାଲିସ୍ତାନୀ ସମର୍ଥକଙ୍କ ହଙ୍ଗାମା

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜ ଛଅ ଦିବସୀୟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡର ଗସ୍ତରେ ଅଛନ୍ତି। ବୁଧବାର ସେ ବ୍ରିଟେନର ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କୁ ଭେଟିଥିଲେ।

ସେ ଲଣ୍ଡନର ଥିଙ୍କ ଟାଙ୍କ ଚାଥମ ହାଉସରେ ‘ଭାରତର ଉଦୟ ଏବଂ ବିଶ୍ୱରେ ଭୂମିକା’ ବିଷୟରେ କଥା ହୋଇଥିଲେ।

ସୂଚନା ମୁତାବକ ଜୟଶଙ୍କର ଚାଥମ ହାଉସ ପହଞ୍ଚିବା ପୂର୍ବରୁ ସେଠାରେ କିଛି ଖାଲିସ୍ତାନୀ ସମର୍ଥକ ଉପସ୍ଥିତ ଥିଲେ। ସେ ଦେଶ ବିରୋଧୀ ସ୍ଲୋଗାନ ଦେଉଥିଲେ।

ଏହାରି ମଧ୍ୟରେ ଜୟଶଙ୍କର ଯେତେବେଳେ ଚାଥମ ହାଉସକୁ ଯାଉଥିଲେ ସେମାନେ ଜୟଶଙ୍କରଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ପୋଲିସ ସାମ୍ନାରେ ତ୍ରିରଙ୍ଗାକୁ କରାଗଲା ଅପମାନ: ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି ଜୟଶଙ୍କରଙ୍କ ଗାଡ଼ି ସାମ୍ନାକୁ ଆସି ତ୍ରିରଙ୍ଗାକୁ ଚିରି ଥିଲେ।

ବ୍ୟକ୍ତିଙ୍କର ଏହି କାର୍ଯ୍ୟକଳାପ ଦେଖିବା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ତାକୁ ଧରି ନେଇଥିଲେ ଏବଂ ଗାଡ଼ିଠାରୁ ତାକୁ ଦୂରକୁ ନେଇଯାଇଥିଲେ।

ସେହିପରି ଅନ୍ୟପକ୍ଷରେ ଖାଲିସ୍ତାନୀ ସମର୍ଥକ ନିଜ ହାତରେ ଖାଲିସ୍ତାନର ପତାକାକୁ ନେଇ ସ୍ଲୋଗାନ ଦେଉଥିଲେ। ଏହି ସମୟର ଭିଡିଓ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେଉଛି।