Sunita Williams Coming Home: 10ଟା 35ରେ ହେଲା ଡ୍ରାଗନ ସ୍ପେଶକ୍ରାଫ୍ଟର ଅନ୍ ଡକିଂ, ପୃଥିବୀ ଅଭିମୁଖେ ସୁନୀତା

10 ଦିନ ପାଇଁ ଯାଇ ମହାକାଶରେ ୨୮୬ ଦିନ ରହିଲେ ସୁନୀତା ଓ୍ବିଲିୟମ୍ସ ।

ନୂଆଦିଲ୍ଲୀ: ସୁନିତା ୱିଲିୟମ୍ସଙ୍କ ଘରକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ମହାକାଶରେ ୨୮୬ ଦିନ ବିତାଇବା ପରେ, ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ପୃଥିବୀକୁ ଫେରି ଆସୁଛନ୍ତି । ଆଜି ଭାରତୀୟ ସମୟ ଅନୁସାରେ ସକାଳ ୧୦.୩୫ ମିନିଟରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ତାଙ୍କୁ ଏବଂ ଅନ୍ୟ ଦୁଇ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡିଛି ।

ନାସାର ମିଶନର ଅଂଶ ସ୍ୱରୂପ ଉଭୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଗତ ବର୍ଷ ଜୁନ୍ ୫, ୨୦୨୫ରେ ଏକ ବୋଇଂ ମହାକାଶଯାନରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଯାତ୍ରା କରିଥିଲେ । ମିଶନ ମାତ୍ର ୧୦ ଦିନ ପାଇଁ ଥିଲେ ମଧ୍ୟ, ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁହେଁ ପୃଥିବୀକୁ ଫେରିପାରିଲେ ନାହିଁ ।

ଦୁହିଁଙ୍କ ପାଇଁ, ଏକ 10 ଦିନିଆ ମିଶନ 9 ମାସରୁ ଅଧିକ ସମୟ ଅପେକ୍ଷାରେ ପରିଣତ ହେଲା। ଏବେ ଏହି ଯୋଡି ମହାକାଶ ଷ୍ଟେସନରେ ଉପସ୍ଥିତ ଅନ୍ୟ ଦୁଇ ମହାକାଶଚାରୀଙ୍କ ସହିତ ଫେରି ଆସୁଛନ୍ତି । ଏହି ଅନ୍ୟ ଦୁଇ ମହାକାଶଚାରୀ ହେଉଛନ୍ତି ନିକ୍ ହେଗ୍ ଏବଂ ଆଲେକଜାଣ୍ଡାର ଗୋର୍ବୁନୋଭ୍ ।

ଚାରିଜଣ ମହାକାଶଚାରୀଙ୍କ ପାଇଁ ଏହି ଯାତ୍ରା 17 ଘଣ୍ଟା ଲାଗିବ । ବୁଧବାର ଭାରତୀୟ ସମୟ ଅନୁସାରେ ଭୋର 3:27 ରେ ଫ୍ଲୋରିଡାର ଗଲ୍ଫ କୂଳରେ ମହାକାଶଯାନଟି ସମୁଦ୍ରରେ ଲ୍ୟାଣ୍ଡ କରିବ ।

ଏକ ରିପୋର୍ଟ ଅନୁସାରେ, 18 ହଜାର ଫିଟ୍ ଉପରେ ଖୁଲିସ ପାରାସୁଟ୍ । ଏହାପରେ ସମୁଦ୍ରରେ ଲ୍ୟାଣ୍ଡ କରିବ ।