ବୁଧବାର ହେବ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

ବୁଧବାର ନୂଆ ମୁଖ୍ୟ ବିଚାରପତିଙ୍କ ଶପଥ

କଟକ: ଆସନ୍ତା ବୁଧବାର ଦିନ ହେବ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହୋଇଛନ୍ତି ଜଷ୍ଟିସ ହରିଶ ଟଣ୍ଡନ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ।

ସୂଚନାନୁଯାୟୀ, ଏହି ଶପଥ ଉତ୍ସବ ହାଇକୋର୍ଟ ପରିସରରେ ପୂର୍ବାହ୍ଣ ୧୦ଟାରେ ହେବ । ଏହି ସମାରୋହରେ ଉପସ୍ଥିତ ରହିବେ ହାଇକୋର୍ଟର ସମସ୍ତ ବିଚାରପତି ।