Breaking: ପିପିଲିରେ ଫୁଟିଲା ବୋମା, ଛିଣ୍ଡିଗଲା ଯୁବକଙ୍କ ହାତ

ପିପିଲି: ପିପିଲିରେ ଫୁଟିଲା ବୋମା । ଜମାଲପୁରରେ ରାତି ଅଧିଆ ଫୁଟିଲା ବୋମା ।

ବୋମା ବିସ୍ଫୋରଣରେ ଜଣଙ୍କ ହାତ ଛିଣ୍ଡି ଯାଇଥିବା ସୂଚନା । ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାରେ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣ କେମିତି ହେଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ ।

ସ୍ଥାନୀୟ ପୋଲିସ ଘଟଣାର ଛାନଭିନ୍ ଚଳାଇଛି ।