ଆଉ ଡାକ୍ତରଖାନାର ଲମ୍ବା ଲାଇନରେ ଛିଡ଼ା ରହିବାକୁ ପଡ଼ିବନି, ସବୁ ମାରାତ୍ମକ ରୋଗକୁ ଚିହ୍ନଟ କରିବ ଏହି ୪ଟି ମେଡିକାଲ ଟେଷ୍ଟ
ସ୍ୱାସ୍ଥ୍ୟ ହିଁ ସମ୍ପଦ । ଡାକ୍ତରଖାନା ଟେନସନ ହେବ ଦୂର ।
ଓଡ଼ିଶା ଭାସ୍କର: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀରର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ସେଥିପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ଏହି ୪ଟି ଟେଷ୍ଟ କରିବା ଜରୁରୀ ଯେଉଁଥିରେ ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିବ ନାହିଁ; କି ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ ନାହିଁ ।
ନ୍ୟୁଟ୍ରିଶନିଷ୍ଟଙ୍କ ମତରେ ଏହି ଟେଷ୍ଟ ଦ୍ୱାରା ଲୋକ ସତର୍କ ହେବା ଦ୍ୱାରା ଆଗକୁ ଦେଖାଯିବାକୁ ଥିବା ବଡ଼ ସମସ୍ୟାକୁ ଦୂର କରିପାରିବେ । ସବୁଠାରୁ ବଡ଼ କଥା ଯଦି ପ୍ରତ୍ୟେକ ବ୍ୟକ୍ତି ଏହି ୪ ଟେଷ୍ଟ ବର୍ତ୍ତମାନ କଲେ ଆଗାମୀ ଭବିଷ୍ୟତରେ ମୋଟା ଅଙ୍କର ଖର୍ଚ୍ଚଠାରୁ ବଞ୍ଚି ପାରିବେ ।
ଭିଟାମିନ୍ ଡି’ ଟେଷ୍ଟ: ୭୦ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଏ । ଅଧିକାଂଶ ମହିଳା ଏହି ସମସ୍ୟା ଦେଇ ଗତି କରନ୍ତି । ଶରୀର ପାଇଁ ଭିଟାମିନ ଡି’ର ଆବଶ୍ୟକତା ଏକାନ୍ତ ଜରୁରୀ । କାରଣ ଏହି ଭିଟାମିନ୍ ହରମୋନ୍ ଭଳି ଆମ ଶରୀରରେ କାର୍ଯ୍ୟ କରିଥାଏ । ଓଜନ କମାଇବାରେ ଏହି ଭିଟାମିନର ବଡ଼ ଭୂମିକା ରହିଛି ।
ଫାଷ୍ଟିଂ ଇନ୍ସୁଲିନ୍ ଟେଷ୍ଟ: ୫୦% ଭାରତୀୟଙ୍କ ଶରୀରେ ସାଇଲେଣ୍ଟ ଡାଇବେଟିସ୍ ନାମକ ରୋଗ ରହିଥାଏ । ଦୁର୍ବଳ ଲାଗିବା, ଓଜନ ବଢ଼ିବା, ମିଠା ଖାଇବାକୁ ଆଗ୍ରହ ହେବା ଇତ୍ୟାଦି ଲକ୍ଷ୍ୟଣ ଦେଖିବାକୁ ମିଳିଥାଏ । ଭାରତରେ ବର୍ତ୍ତମାନ ୧୩୦ ମିଲିୟନ ଲୋକ ମଧୁମେହରେ ଆକ୍ରାନ୍ତ । ଏ ସଂଖ୍ୟା ୬ରୁ ୭ ବର୍ଷ ପୂର୍ବେ ୭୦ ମିଲିୟନ୍ ରହିଥିଲା । ବର୍ତ୍ତମାନ ସମୟରେ ଏହି ରୋଗ ବଡ଼ ସମସ୍ୟା ପାଲଟିଛି ।
ଫ୍ୟାଟି ଲିଭର: ଭିସେରାଲ ଫ୍ୟାଟ୍ ଶରୀରେ ଜମା ହେବା ଅର୍ଥାତ୍ ଶରୀରର ବିଭିନ୍ନ ଅଙ୍ଗରେ ଫ୍ୟାଟ ଜମା ହେବା । ବିଶେଷ କରି ଯକୃତରେ ଫ୍ୟାଟ ଜମା ହେବାର ଦେଖିବାକୁ ମିଳୁଛି । ଯାହାପାଇଁ ଯକୃତ ଠିକ୍ ଭାବେ କାମ କରିବା ବନ୍ଦ କରିବା ସହ ଶରୀରରେ ନାନା ସଭସ୍ୟା କରିଥାଏ । ଏ ପ୍ରକାର ସ୍ଥିତିରେ ଆମକୁ ଆଗୁଆ ଏହି ଟେଷ୍ଟ କରିବା ଉଚିତ୍ ।
ଅନ୍ୟ ଟେଷ୍ଟ: ଏଏଲଟି, ଏଏସଟି, ଏଲବୁମିନ ଲେବୁଲ ଯାଞ୍ଚ କରିବା ଆବଶ୍ୟକ । ଯଦି ଏସବୁର ପରିମାଣ ଅଧିକ ରହିଥାଏ ତେବେ ଶରୀରରେ କୌଣସି ବ୍ରକାର ବ୍ୟତିକ୍ରମ ଥିବା କୁହାଯାଏ । ଏଥିପାଇଁ ଅଲ୍ଟ୍ରାସାଉଣ୍ଡ କରିବାକୁ ପଡ଼େ, ଯାହାଦ୍ୱାରା ଶରୀର ସମସ୍ୟା ବିଷୟରେ ଜଣାପଡ଼ିଥାଏ ।