ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ, ୨୮ରେ ରାଜଧାନୀରେ ‘ସମ୍ବିଧାନ ବଞ୍ଚାଅ ସମାବେଶ’ର ଆୟୋଜନ

ଭୁବନେଶ୍ୱର: ୨୮ରେ ଭୁବନେଶ୍ୱରରେ କଂଗ୍ରେସ ସମ୍ବିଧାନ ବଞ୍ଚାଅ ସମାବେଶ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।

ମେ’ ୩ରୁ ୧୦ ମଧ୍ୟରେ ସମସ୍ତ ଜିଲ୍ଲାରେ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ ହେବ ବୋଲି କହିଲେ ଭକ୍ତ ଦାସ ।

୧୧ ଓ ୧୭ରେ ତାରିଖରେ ସମସ୍ତ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ କରାଯିବ । ୨୦ ଓ ୩୦ରେ ଘର ଘର କାର୍ଯ୍ୟକ୍ରମ କରିବ କଂଗ୍ରେସ ।

ଗତକାଲି କଂଗ୍ରେସର ସିଡବ୍ଲ୍ୟୁସି ମିଟିଂ ବସିଥିଲା । ଯେଉଁଥିରେ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଦୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରସ ନେତା ସାମିଲ ହୋଇଥିଲେ ।

ବୈଠକରେ କଂଗ୍ରସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା ।