ବଡ଼ ଖବର: ପାକିସ୍ତାନୀ ପାଇଛନ୍ତି ରାସନ କାର୍ଡ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା

ପାକିସ୍ତାନୀ ରାସନ କାର୍ଡ ପାଇଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂଚନା ଦେଲେ

ଭୁବନେଶ୍ୱର: ଓଡ଼ିଶାରେ ଥିବା ପାକିସ୍ତାନୀମାନେ ରାସନ କାର୍ଡ ପାଇଛନ୍ତି। ଏ ନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସଂପୃକ୍ତ ପାକିସ୍ତାନୀଙ୍କୁ ଯୋଜନାରୁ ବାଦ ଦେବା ଲାଗି ବର୍ତ୍ତମାନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବ୍ୟତୀତ ବର୍ତ୍ତମାନ ୧୨ ଜଣ ପାକିସ୍ତାନୀଙ୍କ ପ୍ରସଙ୍ଗକୁ ନେଇ ଡିଜିପିଙ୍କ ପ୍ରତିକ୍ରିୟା ରହିଛି। ସେ କହିଛନ୍ତି ଯେ, ୧୨ ଜଣ ପାକିସ୍ତାନୀ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଜଣେ ପାକିସ୍ତାନୀ ରାଜ୍ୟ ଛାଡ଼ି ପଳାଇଲେଣି। ଆଉ ଜଣେ ପାକିସ୍ତାନୀଙ୍କ ଭିସା ବିଚାରଧୀନ ରହିଛି।