ଖଲ୍ଲିକୋଟ: ଏକ ବଡ଼ ଅପରାଧ ଘଟଣା ଖଲ୍ଲିକୋଟରୁ ସାମ୍ନାକୁ ଆସିଛି। ଏଠାରେ ନିଜ ବାପାକୁ ଦୁଇ ଜହ୍ଲାଦ ପୁଅ ପିଟିପିଟି ମାରିଦେଇଛନ୍ତି। ହେମଦସ୍ତା ବାଡ଼ିରେ ପିଟି ବାପାର ପ୍ରାଣ ନେଲେ ୨ ପୁଅ।
ସୂଚନା ଅନୁଯାୟୀ, ସେମାନଙ୍କ ଘରେ ଅନେକ ମାତ୍ରାରେ ଝଗଡ଼ା ଲାଗିଥିଲା। ପାରିବାରିକ କଳହ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାଟି ପୁରୁଷୋତ୍ତମପୁର ଥାନା କୁଶପୁର ଗାଁରେ ଘଟିଛି। ଏହାପରେ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଉଛି।