ଭୁବନେଶ୍ୱରରେ ଗର୍ଜନ କଲା କାଳବୈଶାଖୀ, ପବନର ନାଦ ସହ ପ୍ରବଳ କାଚୁଛି ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରରେ ହଠାତ୍ ମାଡ଼ିଆସିଲା କାଳବୈଶାଖୀ। ପବନର ବେଗ ୪୦-୫୦ କିମି ବହିବା ସହ ଘଡ଼ଘଡି ସାଙ୍ଗକୁ ରାଜଧାନୀରେ କାଚୁଛି ବର୍ଷା। ଏପରି ହଠାତ୍ କାଳବୈଶାଖୀ ଆସିବାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ପୋଲ କିମ୍ବା ଦୋକାନ ମହଲରେ ଆଶ୍ରୟ ନେଇଛନ୍ତି। ଆଜି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିଲା। ଯାହା ବର୍ତ୍ତମାନ ସତରେ ପରିଣତ ହୋଇଛି। କଟକରେ ମଧ୍ୟ ମାଡି ଆସିଲା କାଳ ବୈଶାଖୀ ତାଣ୍ଡବ ଜୋରଦାର ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବର୍ତ୍ତମାନ କଟକ ସହର ଅନ୍ଧକାର।

ସୂଚନାରେ ଥିଲା ଯେ, ୧୫ ଜିଲ୍ଲାକୁ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସାଧାରଣ କାଳବୈଶାଖୀ ନୁହେଁ, ବରଂ ଏହି ୧୫ ଜିଲ୍ଲାକୁ ବିପଦଜନକ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା।