ଯେତେବେଳେ ଛୁଟି କଟାଇବା ପାଇଁ ପ୍ଲାନିଂ କରିବାକୁ ପଡ଼େ ସେତେବେଳେ ସଠିକ୍ ହୋଟେଲ ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କାରଣ, ଆରାମଦାୟକ ବେଡ୍ ଠାରୁ ଆରମ୍ଭ କରି ଝରକା ବାହାରର ସୁନ୍ଦର ଦୃଶ୍ୟ ପର୍ଯ୍ୟନ୍ତ, ଏହି କିଛି ଜିନିଷ ଯାହା ସହିତ କେହି ସାଲିସ କରିବେ ନାହିଁ। କିନ୍ତୁ ଆପଣ କେବେ ସମୁଦ୍ର ମଝିରେ ଏକ ଭାସମାନ ହୋଟେଲରେ ରହିବା କଳ୍ପନା କରିଛନ୍ତି କି? ଏହା ଏକ ସ୍ୱପ୍ନ ପରି, କିନ୍ତୁ ଆଜିକାଲି ଏପରି ଏକ ହୋଟେଲ ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରିଛି, ଯାହା ବିଷୟରେ ନେଟିଜେନମାନେ ବିଭିନ୍ନ କଥା କହୁଛନ୍ତି।
ଟ୍ରାଭେଲ ଭ୍ଲଗର ଜୋଶ ଏକ ଭିଡିଓ ସେୟାର କରିଛନ୍ତି ଯେ, ସେ ସମ୍ପ୍ରତି $ ୭ ମିଲିୟନ (ପ୍ରାୟ ୬୦ କୋଟି ଟଙ୍କା) ମୂଲ୍ୟର ଏକ ପରିତ୍ୟକ୍ତ ଭାସମାନ ହୋଟେଲ ପରିଦର୍ଶନ କରିଛନ୍ତି। ଏଥିରେ, ଜୋଶ ୫ ବର୍ଷ ପୂର୍ବେ ବନ୍ଦ ହୋଇଥିବା ହୋଟେଲକୁ ପରିଦର୍ଶନ କରୁଥିବାର ଦେଖାଯାଉଛି।
ଭିଡିଓଟିରେ ଜୋଶ ଏକ ବୋଟରେ ହୋଟେଲରେ ପହଞ୍ଚୁଛନ୍ତି। ଭିଡିଓରେ ସେ କହୁଛନ୍ତି, ଏହି କୋଠା ୫ ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିଲା। ସେ ଆହୁରି କହିଛନ୍ତି, ହୋଟେଲରେ ଏକ ଲାଇଟହାଉସ୍ ମଧ୍ୟ ଅଛି, ଯାହାକୁ ଏକ ବାରରେ ପରିଣତ କରାଯାଇଥିଲା। ଭିଡିଓରେ, ସେ ବସିବା ସ୍ଥାନର ଏକ ଝଲକ ମଧ୍ୟ ଦେଇଛନ୍ତି। ଜୋଶଙ୍କ ଅନୁସାରେ, ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି କୋଠା ଏକ ଯୁଦ୍ଧ ପ୍ରତିରକ୍ଷା ଦୁର୍ଗ ଥିଲା। ଏହି ହୋଟେଲଟି ୟୁକେର ପୋର୍ଟସମାଉଥ୍ ହାର୍ବର ନିକଟରେ ଅବସ୍ଥିତ ବୋଲି ଜଣାପଡ଼ିଛି।
ଏହା ପରେ, ଜୋଶ ଲୋକଙ୍କୁ ହୋଟେଲ ରୁମ ସହିତ ପରିଚିତ କରାନ୍ତି। ତା’ପରେ ସେ ଏକ ଖାଲି ବାର୍ କୁ ଯାଆନ୍ତି। ରିପୋର୍ଟ ଅନୁଯାୟୀ, ଏହି ହୋଟେଲରେ ଏକ ରାତି ରହିବା ପାଇଁ ଭଡା $୭୦୦ମିଲିୟନ ପ୍ରାୟ( ୬୦ କୋଟି ଟଙ୍କା) ପର୍ଯ୍ୟନ୍ତ ଥିଲା। ଜୋଶ କହିଛନ୍ତି, ସେ ଗତ ଦଶନ୍ଧି ଧରି ଏପରି ପରିତ୍ୟକ୍ତ ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରୁଛନ୍ତି।
@exploringwithjosh ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଥିବା ଏହି ଭିଡିଓ କ୍ଲିପକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି, କିନ୍ତୁ ଅନେକ ୟୁଜର ଏହା ଭାବି ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ପାଞ୍ଚ ବର୍ଷ ଧରି ଖାଲି ଥିବା ଏହି ହୋଟେଲଟି ଏତେ ଭଲ ଅବସ୍ଥାରେ କିପରି ଅଛି।
ଜଣେ ୟୁଜର କହିଛନ୍ତି, ଏହା କ’ଣ ଏକ ଭୂତକୋଠି ହୋଟେଲ। ଅନ୍ୟ ଜଣେ ୟୁଜର କହିଛନ୍ତି, ଆଜି ମଧ୍ୟ ଏହା ଏତେ ସଫା କିପରି ହୋଇପାରେ। ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇ କହିଛନ୍ତି ଏହି ସ୍ଥାନକୁ ସ୍ପିଟ୍ ବ୍ୟାଙ୍କ ଫୋର୍ଟ କୁହାଯାଏ, ଯାହା ଇଂଲଣ୍ଡର ଦକ୍ଷିଣରେ ସୋଲେଣ୍ଟରେ ଅବସ୍ଥିତ।