ଚାଚାଙ୍କ ବୁଦ୍ଧି ଆଗରେ ଫେଲ୍ ମାରିବେ ଇଞ୍ଜିନିୟର, ଦେଶୀ କୌଶଳ ବ୍ୟବହାର କରି ତିଆରି କଲେ ହେଲିକପ୍ଟର, ଭିଡିଓ ଦେଖିଲେ..
ସୋସିଆଲ ମିଡିଆର ଦୁନିଆ ମଧ୍ୟ ବହୁତ ଅଜବ ଏଠାରେ କେତେବେଳେ କ’ଣ ଭାଇରାଲ ହେବ ତାହା କେହି କହିପାରିବେ ନାହିଁ। ଅନେକ ସମୟରେ ଆମେ ଏପରି ଦୃଶ୍ୟ ଦେଖିବାକୁ ପାଉ ଯାହା ବିଶ୍ୱାସ କରିବା କଷ୍ଟକର। ଏଥିମଧ୍ୟରୁ କିଛି ମଜାଦାର ଭିଡିଓ ୟୁଜର୍ସମାନଙ୍କୁ ଚକିତ କରେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ମନ ମୁଗ୍ଧ ହୋଇଯିବ।
ବିଶ୍ୱରେ ପ୍ରଯୁକ୍ତିର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ଜ୍ଞାନ କୌଶଳ ସାହାଯ୍ୟରେ ଲୋକମାନେ ଏପରି ଜିନିଷ ତିଆରି କରୁଛନ୍ତି ଯାହାକୁ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯିବ। କିଛି କୌଶଳ ଦେଖି ବଡ଼ବଡ଼ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅନେକ ଆକର୍ଷଣୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏବେ ଜଣେ ବ୍ୟକ୍ତି ଏକ ହେଲକପ୍ଟର ତିଆରି କରିଛନ୍ତି। ଯାହା ଆକାଶରେ ନ ଉଡ଼ି ରାସ୍ତାରେ ଗଡୁଛି।
ଏହି ମଜାଦାର ଭିଡିଓଟି ’satrang2.0’ ନାମକ ଏକ ପେଜରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖିସାରିଛନ୍ତି। ହଜାର ହଜାର ଲୋକ ଏହାକୁ ଲାଇକ୍ ବି କରିଛନ୍ତି। ଲୋକମାନେ ଭିଡିଓଟିର ମଜା ନେବା ସହ ଏଥିରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର କହିଛନ୍ତି, ଚାଚା ତୁମେ ବହୁତ ଭଲ କାମ କରିଛନ୍ତି। ଅନ୍ୟ ଜଣେ କହିଛନ୍ତି ବହୁତ ସୁନ୍ଦର।