Breaking: ରାଜ୍ୟର ଆପିଏସ୍ ଅଫିସରଙ୍କ ଛୁଟି ବାତିଲ, ଗୃହ ବିଭାଗ ଜାରି କଲା ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାରେ ସମସ୍ତ ଆଇପିଏସ ଅଧିକାରୀଙ୍କ ଛୁଟି ବାତିଲ୍ । ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଜାରି ।

ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଛୁଟିରେ ଥିଲେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ।

ଟ୍ରେନିଂରେ ଥିଲେ ବି ଯୋଗ ଦେବାକୁ ନିର୍ଦ୍ଦେଶ । ରାଜ୍ୟର କୌଣସି ଆଇପିଲସ୍ ଅଧିକାରୀଙ୍କୁ ଛୁଟି ଦିଅନାହିଁ ବୋଲି କହିଛି ଗୃହ ବିଭାଗ ।ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗର ଚିଠି ।

ରାଜ୍ୟର ସମସ୍ତ ଜିଲ୍ଲାପାଳ, ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଏବଂ ଆରଡିସିଙ୍କ ଛୁଟି ବାତିଲ କରିଦିଆଯାଇଛି । ମୁଖ୍ୟାଳୟ ନ ଛାଡ଼ିବାକୁ ସେମାନଙ୍କୁ ନିର୍ଦ୍ଦେଶ ରହିଛି ।