ରାଇରଙ୍ଗପୁରରେ ବଡ଼ ଦୁର୍ଘଟଣା, ବସ୍ ଓଲଟି ୧୩ ଯାତ୍ରୀ ଆହତ

ରାଇରଙ୍ଗପୁର: ବସ୍‌ ଓଲଟି ୧୩ ଯାତ୍ରୀ ଆହତ, ୨ ଗୁରୁତର ହୋଇଥିବା ସୂଚନା । ଅଁଳାଯୋଡ଼ି ପଞ୍ଚାୟତ ଜିଆଲଦା ଗାଁରେ ଭାରସାମ୍ୟ ହରାଇ ଓଲଟି ଯାଇଛି ।

ସମସ୍ତ ଆହତ ରାଇରଙ୍ଗପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ ବାରିପଦା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ।

ବସଟି ଅଁଳାଯୋଡ଼ିରୁ କରଞ୍ଜିଆ ଅଭିମୁଖେ ଯାଉଥିଲା । ଦୁର୍ଘଟଣାର କାରଣ ଜଣାପଡିନାହିଁ।