BIG BREAKING: ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ

ନୂଆଦିଲ୍ଲୀ: ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଅପରେସନ ସିନ୍ଦୂର ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ। ଏଥିସହ ସେ ଅପରେସନ ସିନ୍ଦୂର ସଂପର୍କରେ କିଛି ସୂଚନା ଦେଇପାରନ୍ତି।

ତେବେ ମୋଦୀଙ୍କ ସମ୍ବୋଧନ ଉପରେ ସାରା ଦେଶର ନଜର ରହିଛି। ଅପ୍ରେଲ ୨୨ ତାରିଖରେ ଘଟିଥିବା ପହଲଗାମ୍ ଆତଙ୍କୀ ହମଲାରେ ପାକିସ୍ତାନକୁ ଅପରେସନ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦିଆଯାଇଛି।

ଏହାପରେ ପାକିସ୍ତାନ ଭାରତ ଉପରକୁ ମିଶାଇଲ ପକାଇଥିଲା, କିନ୍ତୁ ଏହାକୁ ଭାରତୀୟ ସେନା ମୁକାବିଲା କରି, ଡ୍ରୋନ ଏବଂ ମିଶାଇଲକୁ ଆକାଶ ମାର୍ଗରେ ହିଁ ଧ୍ୱଂସ କରିଛନ୍ତି।