ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ଝିଅ ଜନ୍ମ ହେଲେ ବେଶୀ ଟଙ୍କା, ପୁଅ ଜନ୍ମ ହେଲେ ମା’କୁ ମିଳିବ ୧୦ ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମମତା ଓ ମାତୃବନ୍ଦନା ଯୋଜନା କାର୍ଯ୍ୟକାରୀ ନିଷ୍ପତ୍ତି ନେଲେ ମୋହନ ସରକାର ।

ଚଳିତ ବର୍ଷ ଏପ୍ରିଲ ୧ରୁ ଦୁଇଟିଯାକ ଯୋଜନା କାର୍ଯ୍ୟକାରୀ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।

ଆଜିର କ୍ୟାବିନେଟ ବୈଠକରେ ୬ ଟି ପ୍ରସ୍ତାବ ଅନୁମୋଦନ କରାଯାଇଛି ।

ରାଜ୍ୟ କ୍ୟାବିନେଟରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି । ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ ସୁବିଧା ।

ଏସସି/ଏସଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ ।