ଅତିରୁ ଇତି: ଥଟା, ମଜାରୁ ଚାଲିଗଳା ଜୀବନ; ସାଙ୍ଗର ଯୌନାଙ୍ଗରେ ପାଣି ଭର୍ତ୍ତି କରିଦେଲେ ୩ ବନ୍ଧୁ

ସାଙ୍ଗମାନଙ୍କ ସହ ଗାଧୁଆ ହେଲା କାଳ । ହସଖୁସିରେ ଲାଗିଲା ହତ୍ୟାର କାଳଙ୍କ ।

ଫରିଦାବାଦ୍: ବନ୍ଧୁଙ୍କୁ ଯନ୍ତ୍ରଣା ଦେଇ ହତ୍ୟା କରିବା ମାମଲାରେ ଫାରିଦାବାଦର ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଫରିଦାବାଦ୍ ସେକ୍ଟର ୫୮ ଏରିଆର ଘଟଣା ।

ସଞ୍ଜୟ କଲୋନୀରେ ରହୁଥିବା ମନୋଜ ଚୌହାନଙ୍କ ମୃତ୍ୟୁ ଘଟିଛି । ୪ ଜଣ ସାଙ୍ଗ ଅତିନ୍ଦର, କାର୍ତ୍ତିକ, ସନ୍ଦୀପ ଏବଂ ରାହୁଲ । ସମସ୍ତଙ୍କ ବୟସ ୩୦ ବର୍ଷରୁ କମ୍ । ୪ ସାଙ୍ଗ ଫାର୍ମ ହାଉସରେ ଗାଧୋଉଥିଲେ ।

ଗାଧୋଇଲାବେଳେ ସେମାନଙ୍କ ଭିତରୁ ଜଣେ ମନୋଜଙ୍କ ପ୍ରାଇଭେଟ୍ ପାର୍ଟରେ ପାଣି ପାଇପ୍ ଭର୍ତ୍ତି କରି ଦେଇଥିଲେ । ପାଇପରେ ପାଣିର ପ୍ରେସର ଅଧିକ ଥିବା କାରଣରୁ ମନୋଜଙ୍କ ଯୌନାଙ୍ଗରେ ଭଗୀର ଆଘାତ ଲାଗିଥିଲା ।

ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ଚିକିତ୍ସାଧିକ ଅବସ୍ଥାରେ ମନୋଜଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ସେକ୍ଟର ୫୮ ଥାନା ଅଧିନରେ ମାମଲା ରୁଜୁ କରାଯାଇଛି ।

ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଘଟଣା ଛାନଭିନ୍ନ ଜାରି ରହିଛି । ସେପଟେ ମନୋଜଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଶୋକରେ ରହିଛନ୍ତି ।