3 ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ, ମୁଣ୍ଡ ଉପରେ ଥିଲା ୩୬ ଲକ୍ଷ ପୁରସ୍କାର ରାଶି
ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ଗଡ଼ଚରେଲି ଅଞ୍ଚଳ ଜଙ୍ଗଲରୁ 3 ମାଓବାଦୀଙ୍କୁ ଗିରଫ କଲା ପୋଲିସ । ସେମାନଙ୍କଠାରୁ 7ଟି ବନ୍ଧୁକ ସହ ବିସ୍ଫୋରକ ପୋଲିସ କରିଛି ଜବତ ।
ନୂଆଦିଲ୍ଲୀ: ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରୁ 3 ମାଓବାଦୀ ଗିରଫ । ଗଡ଼ଚରେଲି ଅଞ୍ଚଳ ଜଙ୍ଗଲରୁ ମାଓବାଦୀଙ୍କୁ ଗିରଫ କଲା ପୋଲିସ । ତେବେ ସେମାନଙ୍କଠାରୁ 7ଟି ବନ୍ଧୁକ ସହ ବିସ୍ଫୋରକ ପୋଲିସ ଜବତ କରିଛି ।
ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ ଏହି ମାଓବାଦୀମାନେ । କିନ୍ତୁ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି ପୋଲିସ । ତେବେ ଗିରଫ ମାଓବାଦୀଙ୍କ ନାଁରେ ସରକାର 36 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରଥିଲେ ବୋଲି ଜଣାପଡ଼ିଛି ।
ପ୍ରକାଶଥାଉକି, ଗଡ଼ଚିରୋଲି ପୋଲିସ ବାହିନୀର ପ୍ରଭାବଶାଳୀ ଅଭିଯାନ ଯୋଗୁଁ, ଜାନୁଆରୀ 2022 ପରଠାରୁ ଗଡ଼ଚିରୋଲି ପୋଲିସ ବାହିନୀ ମୋଟ 103 ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।