ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା, 3 ଯୁବକ ମୃତ

ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ଅଜଣା ଗାଡ଼ି ଧକ୍କାରେ 3 ଯୁବକ ମୃତ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀ ପୋଲରେ ।

ଗୁଣପୁର: ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀ ପୋଲରେ ମର୍ମନ୍ତୁଦ ଦୁର୍ଘଟଣା । ଆଜଣା ଗାଡ଼ା ଧକ୍କାରେ 3 ଯୁବକଙ୍କ ମୃତ୍ୟୁ । ସମସ୍ତ ମୃତକ ଗୁଡ଼ାରି କଇଠପଦର ଓ ଜଗନ୍ନାଥପୁର ଗାଁର ବୋଲି ଜଣା ପଡ଼ିଛି ।

ଠାକୁରାଣୀ ଯାତ୍ରା ଦେଖି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । 3 ଯୁବକ ବାଇକରେ ଫେରିବା ବେଳେ ସେମାନଙ୍କୁ ଧକ୍କା ଦେଇ ଗାଡ଼ିବାଲା ଫେରାର୍ ହୋଇଯାଇଛି ।

ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।