କେନ୍ଦୁଝର: କୁନି ଝିଅକୁ ଛାଡ଼ି ଝୁଲିପଡ଼ିଲେ ଦମ୍ପତି । କେନ୍ଦୁଝର ପଦ୍ମପୁର ଯୋଗୀମଠ ଠାରେ ଘଟିଯାଇଛି ଏ ପ୍ରକାର ଅଭାବନୀୟ ଘଟଣା । କୁନିଝିଅର ବୟସ ୯ ବର୍ଷ ବୋଲି ଜଣାପଡ଼ିଛି ।
ମୃତ ଦମ୍ପତି ହେଲେ, ରଇବୁ ମୁଣ୍ଡା ଏବଂ ଗୌରୀ ମୁଣ୍ଡା । ପାରିବାରିକ କଳହକୁ କେନ୍ଦ୍ର କରି ଦମ୍ପତି ଏ କାଣ୍ଡ ଭିଆଇଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ।
ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସଦର ଥାନା ଘଟଣାର ତଦନ୍ତ ଆରମ୍ଭ କରିଛି ।