ଗାଁ ଦାଣ୍ଡରେ ଉଲଗ୍ନ କରି ଆଶାକର୍ମୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କଲା ଦୁର୍ବୃତ୍ତ
ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇଥିବା ଯୁବକଙ୍କୁ ବି ଆକ୍ରମଣ।
ନୟାଗଡ଼: ଯୁବକଙ୍କ ଅମାନୁଷିକ କାଣ୍ଡ। ଗାଁ ରାସ୍ତାରେ ସର୍ବସମ୍ମୁଖରେ ଆଶାକର୍ମୀଙ୍କୁ କଲେ ଅସଦାଚରଣ। ଆଶାକର୍ମୀଙ୍କୁ ଦିନ ଦ୍ୱିପ୍ରହରରେ ଉଲଗ୍ନ କରି ଦେଲେ ଗାଳି ଗୁଲଜ।
ଯିଏ ମହିଳାଙ୍କୁ ବଞ୍ଚାଇବାକୁ ଆସିଲା ତାକୁ ବି ଛାଡ଼ିଲେନି ଆକ୍ରମଣ କଲେ। ପରେ ଯେତେବେଳେ ପୋଲିସ ପାଖରେ ଖବର ପହଞ୍ଚିଲା ସେତେବେଳେ ଫେରାର ହୋଇଗଲା ଅଭିଯୁକ୍ତ।
ତେବେ ଏପରି ଏକ କାଣ୍ଡ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଭାପୁରର ପାର୍ବତୀପୁର ଗାଁରେ। ଗାଁ ଦାଣ୍ଡରେ ଜଣେ ଯୁବକ ଆଶାକର୍ମୀଙ୍କୁ ଉଲଗ୍ନ କରି ଗାଳିଗୁଲଜ ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇଥିବା ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଫେରାର ହୋଇଯାଇଛି ଅଭିଯୁକ୍ତ। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ।