ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ
ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ୩ ଜଣ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ।
ଅହମ୍ମଦାବାଦ: ଏୟାର ଇଣ୍ଡିଆର ୩ ଅଧିକାରୀ ବହିଷ୍କୃତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ମାମଲା। ଦୁର୍ଘଟଣାର କିଛି ଦିନ ପରେ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏକ ବଡ଼ ଆକ୍ସନ ନେଇଛି।
ଅହମ୍ମଦାବାଦ ଭୟଙ୍କର ବିମାନ ଦୁର୍ଘଟଣା ୩ ଜଣ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ। ୩ କ୍ରିଉ ସଦସ୍ୟଙ୍କୁ ବହିଷ୍କାର ପାଇଁ ଏୟାର ଇଣ୍ଡିଆକୁ DGCAର ନିର୍ଦ୍ଦେଶ। ଲାଇସେନ୍ସ ଲାପ୍, ବିଶ୍ରାମ ଓ ନୂତନତା ଆବଶ୍ୟକତା ଦର୍ଶାଇ ବହିଷ୍କାର ନିର୍ଦ୍ଦେଷ
ଏହାସହ ୨ଟି ଉଡ଼ାଣ ପାଇଁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କଲେ। ମେ ୧୬,୧୬ ବେଙ୍ଗାଲୁରୁ-ଲଣ୍ଡନ ବିମାନ ଉଡ଼ାଣ ନେଇ ସୋ କଜ୍ ନୋଟିସ୍। ପାଇଲଟ୍ ୧୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିଥିବାରୁ ନୋଟିସ୍ ଦିଆଯାଇଛି।
ନାମିତ ଅଧିକାରୀମାନେ ହେଉଛନ୍ତି ଚୁରାହ ସିଂହ, ଡିଭିଜନାଲ୍ ଭାଇସ୍ ପ୍ରେସିଡେଣ୍ଟ; ପିଙ୍କି ମିତ୍ତଲ, ମୁଖ୍ୟ ପରିଚାଳିକା – DOPS, କ୍ରୁ ସୂଚୀକରଣ; ଏବଂ ପାୟଲ୍ ଆରୋରା, କ୍ରୁ ସୂଚୀକରଣ ବୋଲି ଜଣାପଡିଛି।
ଜୁନ୍ ୨୦ ତାରିଖରେ DGCAଙ୍କ ଆଦେଶ ଅନୁଯାୟୀ, ଏହି ବ୍ୟକ୍ତିମାନେ ଅନଧିକୃତ ଏବଂ ଅଣ-ପାଳନକାରୀ କ୍ରୁ ଯୋଡ଼ି, ଲାଇସେନ୍ସିଂ ଏବଂ କ୍ରୁ ବିଶ୍ରାମ ମାନଦଣ୍ଡର ଉଲ୍ଲଂଘନ ଏବଂ ତଦାରଖରେ ପଦ୍ଧତିଗତ ବିଫଳତା ସମେତ ଅନେକ ତ୍ରୁଟିରେ ଜଡିତ ଥିଲେ।