ଲଜ୍ଜାଜନକ ପରାଜୟ ପାଇଁ କିଏ ଦାୟୀ? ଟିମ୍‌ର ତ୍ରୁଟିକୁ ବଖାଣିଲେ କ୍ୟାପ୍ଟେନ ଶୁଭମନ ଗିଲ୍‌

IND vs ENG: ହାରିବା ପରେ ଶୁଭମନ ଗିଲ୍ କହିଲେ ଏହି କଥା

ନୂଆଦିଲ୍ଲୀ: ଟେଷ୍ଟ କ୍ୟାପ୍ଟେନ ଭାବେ ଶୁଭମନ ଗିଲ୍‌ଙ୍କ ଜର୍ଣ୍ଣି ଭଲ ରହିଲାନି। Headingleyରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆକୁ ଇଂଲଣ୍ଡ ହାତରେ ୫ ୱିକେଟରେ ପରାଜୟ ହେବାକୁ ପଡ଼ିଛି।

ଭାରତୀୟ ବୋଲର ୩୭୧ ରନର ସଞ୍ଚୟ କରିବାରେ ଅସଫଳ ହୋଇଛନ୍ତି। ବୁମରା କି ସିରାଜ-କୃଷ୍ଣାଙ୍କ ବୋଲିଂରେ କମାଲ ଦେଖିବାକୁ ମିଳିଲା ନାହିଁ।

ଶାର୍ଦ୍ଦୁଳ ଦୁଇ ୱିକେଟ ବାହାର କରିଥିଲେ, ହେଲେ ସେପର୍ଯ୍ୟନ୍ତ ବାଜି ହାତରୁ ବାହାରି ସାରିଥିଲା। ତେବେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍ ଏହି ହାରିବାର ଅସଲ କାରଣ ଖୋଲିକି କହିଛନ୍ତି। ଆସନ୍ତୁ ଜାଣିବା..

ହାରିବାର କାରଣ କହିଲେ ଗିଲ୍‌: ଶୁଭମନ ଗିଲ ପ୍ରଥମ ଟେଷ୍ଟ ମ୍ୟାଚରେ ମିଳିଥିବା ପରାଜୟ ପରେ କହିଛନ୍ତି ଯେ, ମୋ ହିସାବରେ ଏହି ଟେଷ୍ଟ ମ୍ୟାଚ୍ କମାଲ ଥିଲା। ଆମର ଜିତିବାର ଚାନ୍ସ ଥିଲା, ହେଲେ ଆମେ କ୍ୟାଚ୍ ଛାଡିଲୁ ଏବଂ ଆମ ପରର ବ୍ୟାଟରମାନେ ଅଧିକ ଯୋଗଦାନ ଦେଇନଥିଲେ।

ସେ ଆହୁରି କହିଛନ୍ତି ଯେ, ମୋତେ ମୋ ଟିମ ଉପରେ ଗର୍ବ ରହିଛି ଏବଂ ଓଭରଅଲ ଏହା ଭଲ ପ୍ରୟାସ ଥିଲା। କାଲି ଆମେ ଭାବୁଥିଲୁ ଯେ, ଆମେ ୪୩୦ ରନ କରି ଇନିଂସକୁ ନିଜ ନାଁ ରେ କରିଦେବୁ। ହେଲେ ଦୁର୍ଭାଗ୍ୟବଶତଃ ଆମେ ନିଜର ଶେଷ ୬ ୱିକେଟ ମାତ୍ର ୨୦ରୁ ୨୫ ରନ କରି ହରାଇଦେଇଛୁ, ଯାହା ଭଲ ସଂକେତ ନୁହେଁ। ଆଜି ବି ଭଲ ଓପନିଂ ପାର୍ଟନରସିପ ପରେ ଆମକୁ ଲାଗୁଥିଲା ଜିତିବୁ। ହେଲେ ଫଳାଫଳ ଆମ ପକ୍ଷରେ ନଥିଲା।

ଟିମ ଇଣ୍ଡିଆର ନୂଆ ଟେଷ୍ଟ କ୍ୟାପ୍ଟେନ ଦୁଇଟି ଇନିଂସରେ ଖରାପ ଭାବେ ବ୍ୟାଟିଂ ଆର୍ଡରକୁ ନେଇ କହିଛନ୍ତି ଯେ, ହଁ ଏହାକୁ ନେଇ ଆମେ କଥା ହେଇଛୁ। ଏହା ଏକ ଏପରି ଜିନିଷ ଯାହାକୁ ଆମେ ଆଗାମୀ ମ୍ୟାଚରେ ସଂଶୋଧନ କରିବାକୁ ହେବ। ମ୍ୟାଚରେ ହରାଇଥିବା ଅନେକ କ୍ୟାଚକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ଗିଲ୍‌।

ସେ କହିଛନ୍ତି ଯେ, ବିଲକୁଲ ଏମିତି ୱିକେଟରେ ଆପନଙ୍କ ପାଖରେ ସହଜରେ ଚାନ୍ସ ଆସିବ ନାହିଁ ଏବଂ ଆମେ ଅନେକ କ୍ୟାଚ ଛାଡ଼ିଛୁ। ଶୁଭମନ କହିଛନ୍ତି ଯେ, ଏହା ଏକ ୟଙ୍ଗ ଟିମ୍‌, ଯିଏ ଶିଖୁଛି। ଆଗାମୀ ମ୍ୟାଚରେ ଆମେ ଏହି ଜିନିଷର ସଂଶୋଧନ କରିବୁ।