ଦେଖନ୍ତୁ ଏହି ଲୋମଟାଙ୍କୁରା (ଭିଡିଓ), କୁନି ପୁଅଟି ଖେଳୁଥିବାବେଳେ ଚଢ଼ିଗଲା ଫର୍ଚୁନର କାର୍ ଆଉ ତା’ ପରେ….

ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ । ମିଶ୍ର ପ୍ରତିକ୍ରିୟା ଆସିଲା ସାମ୍ନାକୁ ।

ଗାନ୍ଧୀନଗର: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓ ଅନୁସାରେ, କୁନି ପୁଅଟି ଘର ବାହାରେ ଖେଳୁଥିବାବେଳେ ଏକ ଫର୍ଚୁନର କାର ସାମ୍ନା ପଟୁ ଆସି କୁନି ପୁଅ ଉପରେ ଚଢ଼ିଯାଇଥିଲା । ଫଳରେ କାର୍ ତଳେ ପିଲାଟି ଆସିଯାଇଥିଲା ।

ଏହାପରେ କୁନି ପୁଅର ଘରଲୋକ ଦୌଡ଼ିଆସି କାରଟିକୁ ଅଟକାଇଥିଲେ । କାରଟି ଅଟକିବା ପରେ କୁନି ପୁଅଟି ତା’ ତଳୁ ବାହାରିଥିଲା । ଗୁଜୁରାଟଜ ଏ ଘଟଣା, ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି ।

ପିଲାଟି ଦାଣ୍ଡରେ ବସି ଖେଳୁଥିବାବେଳେ କାର ବୋନେଟର ତଳ ଭାଗ କୁନି ପୁଅ ମୁଣ୍ଡରେ ମାଡ଼ ହୋଇଥିଲା । ଯାହାପରେ ସେ ତଳେ ଗଡ଼ିଯାଇ ଗାଡ଼ି ତଳେ ଆସିଯାଇଥିଲା ।

ଘଟଣାର ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ଆସିଛି । ଅସାବଧାନତା କାରଣରୁ ଏଭଳି ଘଟଣା ଆଜିର ଦିନରେ ସାମ୍ନାକୁ ଆସିବାରେ ଲାଗିଛି ।