(Video) କଳିଯୁଗ ଉଦଣ୍ଡ ନାରୀ: ଜେଜେ ମା’ ବୟସର ବୃଦ୍ଧା ମହିଳାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଲେ ଉଦ୍ଧତ ଯୁବତୀ
ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ । ବୃଦ୍ଧାଙ୍କୁ ଯୁବତୀ ଦେଲେ ନିର୍ଯାତନା ।
କୋଲକାତା: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ଅନେକ ସମୟରେ ଆମେ ଦେଖିଛେ, ମେଟ୍ରୋ ଟ୍ରେନ ଗୁଡ଼ିକରେ ସିଟ୍ ପାଇଁ କିମ୍ବା ଖରାପ ବ୍ୟବହାର ପାଇଁ କଳିଗୋଳ ଲାଗିଥାଏ।
ଏବେ କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି, ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ୩ରୁ ଅଧିକ ଯୁବତି ମାଡ଼ ମାରୁଛନ୍ତି । ବୁଢ଼ୀମା’ର ଛୁଟିକୁ ଧରି ତାଙ୍କୁ ମାଡ଼ ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓଟି କେଉଁଠାର ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିବା ଯୁବତୀ ଜଣକ ବଙ୍ଗଳାରେ କଥା କହୁଥିବା ଶୁଣିବାକୁ ମିଳିଛି ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀଙ୍କ କାର୍ଯ୍ୟକୁ ୟୁଜର୍ସ ଘୋର ବିରୋଧ କରିଛନ୍ତି ।
A group of women attacking an elderly woman inside a local train😡,Shamefulpic.twitter.com/wsLYYEhAVP
— Ghar Ke Kalesh (@gharkekalesh) June 28, 2025