ଲର୍ଡସ ଟେଷ୍ଟରେ ରାଗିଗଲେ କ୍ୟାପ୍ଟେନ୍ ଶୁଭମନ ଗିଲ୍, ଅମ୍ପାୟାରଙ୍କ ଉପରେ ପ୍ରବଳ ବର୍ଷିଲେ
ବଲ୍କୁ ନେଇ ବିବାଦ, ଅମ୍ପାୟାରଙ୍କ ଉପରେ ବର୍ଷିଲେ ଶୁଭମନ ଗିଲ୍
ନୂଆଦିଲ୍ଲୀ: ଲର୍ଡସ ଟେଷ୍ଟର ଦ୍ୱିତୀୟ ଦିନରେ ନୂଆ ବଲ୍କୁ ନେଇ ବିବାଦ ଦେଖିବାକୁ ମିଳିଛି। ଦ୍ୱିତୀୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଭାରତର ବୋଲିଂ ଇଂରାଜୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ିବା ଦେଖିବାକୁ ମିଳିଛି। ଜସପ୍ରିତ ବୁମରାହ କ୍ରିଜରେ ଧମାଲ କରି ଦୁଇଜଣଙ୍କ ପାଭେଲିୟନର ରାସ୍ତା ଦେଖାଇଛନ୍ତି।
ଏହାପରେ ଇନିଂସର ୯୧ତମ ଓଭରରେ ଭାରତ ପକ୍ଷରୁ ବଲକୁ ବଦଳାଇବା ପାଇଁ କୁହାଯାଇଛି। କିନ୍ତୁ ଏହା ପରିବର୍ତ୍ତେ ଯେଉଁ ବଲ୍ ଟିମ୍ ଇଣ୍ଡିଆକୁ ମିଳିଛି ତାହା କ୍ୟାପ୍ଟେନ ଗିଲ ଏବଂ ଭାରତୀୟ ଖେଳାଳିଙ୍କର ମୁହଁ ଶୁଖିଯାଇଛି।
ଏହି ସିରିଜରେ ଏପରି ପ୍ରଥମ ଥର ହୋଇନି, ହେଡିଂଲିରେ ବଲର ସ୍ଥିତିକୁ ନେଇ ରିଷଭ ପନ୍ତଙ୍କ ସହ ଅମ୍ପାୟାରଙ୍କର ଝଗଡ଼ା ହୋଇଥିଲା। ଆସନ୍ତୁ ଜାଣିବା ଲର୍ଡସରେ ହୋଇଥିବା ଯୁକ୍ତିତର୍କର ପୂରା କାହାଣୀ।
ପ୍ରଥମ ଦିନ ଟିମ୍ ଇଣ୍ଡିଆ 80.1 ଓଭର ପରେ ଏକ ନୂତନ ବଲ୍ ନେବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ, ଦ୍ୱିତୀୟ ଦିନ, ଯେତେବେଳେ ବଲର ଆକୃତି ଖରାପ ହୋଇଗଲା, ଏହାକୁ ପୁଣି ପରିବର୍ତ୍ତନ କରାଯାଇଥିଲା। ଗିଲ୍ ଏଥିରେ ବହୁତ ରାଗିବା ସହ ଅମ୍ପାୟାରଙ୍କ ସାଙ୍ଗରେ ଯୁକ୍ତିତର୍କ କରିବାକୁ ଲାଗିଥିଲେ।
ଏହା ପରେ, ଯେତେବେଳେ ସିରାଜ ବୋଲିଂ କରିବାକୁ ଆସିଥିଲେ, ତାଙ୍କୁ ଷ୍ଟମ୍ପ ମାଇକରେ କୁହାଯାଇଥିଲା ଯେ, ଏହା ଏକ 10 ଓଭର ପୁରୁଣା ବଲ୍, ସତରେ? ଭାରତୀୟ ଖେଳାଳିଙ୍କ ମୁହଁକୁ ଦେଖି ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ, ସେମାନେ ପରିବର୍ତ୍ତିତ ବଲରେ ଖୁସି ନୁହଁନ୍ତି କାରଣ ଏହା ବହୁତ ପୁରୁଣା ଦେଖାଯାଉଛି।
ଯଦି ବଲ୍ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଏ, ତେବେ ଏପରି ପରିସ୍ଥିତିରେ, ଅମ୍ପାୟାର ନିଷ୍ପତ୍ତି ନିଅନ୍ତି ଯେ; କେଉଁ ବଲ୍ ବୋଲିଂ ପାଇଁ ଦିଆଯିବ। ଏହି ମ୍ୟାଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା।
ଯେତେବେଳେ ଅମ୍ପାୟାର ବକ୍ସରୁ ବଲ୍ ବାଛୁଥିଲେ, ଅଧିନାୟକ ଗିଲ୍ ଏବଂ ସିରାଜ ସେଠାରେ ଠିଆ ହୋଇ ଦେଖୁଥିଲେ। ଗିଲଙ୍କ ପ୍ରତିକ୍ରିୟା ରାଗିଲା ଭଳି ଥିଲା ଏବଂ ସେ ଅମ୍ପାୟାରଙ୍କୁ ଆଉ ଏକ ବଲ୍ ଦେବାକୁ କହୁଥିବା ଦେଖିବାକୁ ମିଳିଥିଲା। ଏହା ପରେ, Drinks Breakରେ ମଧ୍ୟ, ଗିଲ୍ ଅମ୍ପାୟାରଙ୍କ ସହ ନିରନ୍ତର କଥା ହେଉଥିଲେ।