ଭାରତର ପ୍ରଥମ ISS ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନ, ଏହି ଦିନ ହେବ ଐତିହାସିକ Splashdown

ଏହି ଦିନ ପୃଥିବୀକୁ ଫେରିବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଫେରିବାର ତାରିଖ ସ୍ଥିର ହୋଇଛି। ଏକ ସଫଳ ମହାକାଶ ଯାତ୍ରା ପରେ, ସେ ପୃଥିବୀକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏହି ମିଶନ ‘ଆକାଶ ଗଙ୍ଗା’ ହେଉଛି ଆକ୍ସିଅମ୍ ସ୍ପେସ୍ ଇନକର୍ପୋରେଟେଡ୍, ନାସା ଏବଂ ଇସ୍ରୋ ମଧ୍ୟରେ ସହଯୋଗର ଫଳାଫଳ। ଏହି ମିଶନ ଭାରତର ମାନବ ମହାକାଶ ମିଶନ (ଗଗନୟାନ)ର ମୂଳଦୁଆକୁ ଆହୁରି ମଜବୁତ କରିଛି।

୧୫ ଜୁଲାଇରେ ହେବ ସ୍ପାସ୍‌ଡାଉନ୍‌: ଇସ୍ରୋ ସ୍ପଷ୍ଟ କରିଛି ଯେ, ୧୫ ଜୁଲାଇ, ୨୦୨୫ ଦିନ ଅପରାହ୍ନ ୩:୦୦ (IST) ସମୟରେ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ କ୍ରୁ ଡ୍ରାଗନ୍ ସ୍ପେସକ୍ରାଫ୍ଟର Splashdown ହେବ। ଏହା ପୂର୍ବରୁ, ୧୪ ଜୁଲାଇ ଅପରାହ୍ନ ୪:୩୦ (IST) ସମୟରେ ISS ରୁ ସ୍ପେସକ୍ରାଫ୍ଟର ଅନଡକ୍ ହେବ।