ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର
ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ ।
ପିପିଲି: ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଫଳରେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ଚାଲିଚାଲି ସାଙ୍ଗ ଘରକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ଅଟକାଇ ଦେହରେ ଲଗାଇଦେଲେ ନିଆଁ । ଛାତ୍ରୀଙ୍କ ହାତ, ଗୋଡ଼, ଦେହର କିଛି ଅଂଶ ପୋଡ଼ିଯାଇଛି । ଶେଷରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଭୁବନେଶ୍ବର AIIMS ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
3 ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ବେଳେ ଛାନଭିନ ଜାରି ରଖିଛି ପୋଲିସ ।